Categories: ଜାତୀୟ

ମୋଦିଙ୍କ ଶପଥଗ୍ରହଣ ଉତ୍ସବରେ ଭିଭିଆଇପିଙ୍କ ଭିଡ: ପହଞ୍ଚିଲେ ଅମ୍ବାନୀ, ଶାହରୁଖ

ନୂଆଦିଲ୍ଲୀ,୯।୬: ଆଉ କିଛି ସମୟ ପରେ ମୋଦିଙ୍କ ତୃତୀୟ ଇନିଂସ ଆରମ୍ଭ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ଭାବରେ ପୁଣି ଥରେ ଶପଥ ନେବେ ନରେନ୍ଦ୍ର ମୋଦି। ଏଥିପାଇଁ ରାଷ୍ଟ୍ରପତି ଭବନରେ ହୋଇଛି ଭବ୍ୟ ଆୟୋଜନ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସନ୍ଧ୍ୟା ୭ଟା ୧୫ରେ ତାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ପାଇଁ ଭିଭିଆଇପିଙ୍କ ଭିଡ ଜମିଛି। ଭାରତର ପ୍ରଖ୍ୟାତ ବ୍ୟବସାୟୀ ମୁକେଶ ଅମ୍ବାନୀ, ଫିଲ୍ମଷ୍ଟାର ଶାହରୁଖ ଖାନ ପହଞ୍ଚିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ପଡୋଶୀ ଦେଶ ତଥା ଭାରତ ମହାସାଗର ଅଞ୍ଚଳର ଶୀର୍ଷ ନେତାମାନେ ଯୋଗଦେଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ବାଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନା, ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ, ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପକମଲ ଦହଲ ‘ପ୍ରଚଣ୍ଡ’, ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ଓ୍ବିକ୍ରମସିଂଘେ, ମରିସସ୍‌ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ କୁମାର ଜଗନ୍ନାଥ, ଭୁଟାନ ପ୍ରଧାନମନ୍ତ୍ରୀ ଶେରିଙ୍ଗ୍‌ ଟୋବ୍‌ଗେ ଏବଂ ସିଚେଲ୍ସ ଉପରାଷ୍ଟ୍ରପତି ଅହମଦ ଅଫିଫ୍‌। ହାସିନା ଏବଂ ଅଫିଫ୍‌ ଶନିବାରଠାରୁ ଆସିଥିବାବେଳେ ଅନ୍ୟମାନେ ରବିବାର ଦିଲ୍ଲୀରେ ପହଞ୍ଚତ୍ଥିଲେ। ଭାରତ ଓ ମାଳଦ୍ୱୀପ ସମ୍ପର୍କରେ ଅବନତି ଦେଖାଦେଇଥିବାବେଳେ ମୋଦିଙ୍କ ଶପଥ ଉତ୍ସବରେ ମୁଇଜୁଙ୍କ ଯୋଗଦାନ ବେଶ୍‌ ଉଲ୍ଲେଖଯୋଗ୍ୟ। ଗତବର୍ଷ ନଭେମ୍ବରରେ ସେ ମାଳଦ୍ୱୀପର ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ଭାରତ ଗସ୍ତରେ ଆସିଛନ୍ତି।

Share