‘ପୁଷ୍ପା’ ଫିଲ୍ମ ଗୀତ ନୁହେଁ, ଏହି ଗୀତରେ ନାଚି ସମସ୍ତଙ୍କ ହୃଦୟ ଜିତିଲେ ଅଲ୍ଲୁ ଅର୍ଜୁନଙ୍କ କୁନି ଝିଅ

ଫିଲ୍ମ ‘ପୁଷ୍ପା’ର ସଫଳତା ପରେ ଅଲ୍ଲୁ ଅର୍ଜୁନ ଏବେ ସୁପରଷ୍ଟାର ହୋଇଯାଇଛନ୍ତି। ସାଧାରଣ ଯୁବକମାନଙ୍କଠାରୁ ଆରମ୍ଭ କରି କ୍ରିକେଟରଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କ ଫିଲ୍ମକୁ ପସନ୍ଦ କରୁଛନ୍ତି। ‘ପୁଷ୍ପା’ ଫିଲ୍ମର ସଂଳାପ, ଗୀତ ଏବଂ ଅଲୁ ଅର୍ଜୁନଙ୍କ ଡ୍ୟାନ୍ସ ଶୈଳୀକୁ ନେଇ ଲକ୍ଷ ଲକ୍ଷ ରିଲ ତିଆରି କରାଯାଇଛି। କିନ୍ତୁ ଏବେ ‘କଚା ବାଦାମ’ ଗୀତ ମଧ୍ୟ ଭାଇରାଲ ହେବାରେ ଲାଗିଛି। କେବଳ ଦେଶ ନୁହେଁ, ଅନେକ ବିଦେଶୀ ମଧ୍ୟ ଏହି ଗୀତରେ ରିଲ୍‌ କରୁଥିବାର ଦେଖାଯାଇଛି। ଏବେ ଅଲୁ ଅର୍ଜୁନଙ୍କ ଝିଅ ଆରାହ ମଧ୍ୟ ଏହି ଗୀତରେ ନୃତ୍ୟ କରିଛନ୍ତି। ଏହାର ଭିଡିଓ ଅଲୁ ଅର୍ଜୁନ ନିଜେ ରେକର୍ଡ କରିଛନ୍ତି ଏବଂ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏବେ ଏହା ଭାଇରାଲ ହେବାରେ ଲାଗିଛି। ଆରାହଙ୍କ ଏହି ଭିଡିଓକୁ ୨୪ ଘଣ୍ଟା ମଧ୍ୟରେ ୨ ମିଲିୟନରୁ ଅଧିକ ଲୋକ ଦେଖିସାରିଛନ୍ତି। ସମସ୍ତେ ତାଙ୍କ ହସକୁ ପ୍ରଶଂସା କରୁଛନ୍ତ୨୨ ହଜାର କମେଣ୍ଟ ମଧ୍ୟ ଆସିଛି। ଭିଡିଓ ଶେୟାର କରି ଅଲୁ ଅର୍ଜୁନ କ୍ୟାପସନରେ ଲେଖିଛନ୍ତି, ମୋ ଛୋଟ ବାଦାମ ଆରହା …’।
ଆରହାଙ୍କୁ ଗୁନାସେଖରଙ୍କ ନିର୍ଦ୍ଦେଶିତ ସାମନ୍ଥାରୁଥ୍‌ ପ୍ରଭୁଙ୍କ ଅଭିନୀତ ଫିଲ୍ମ ‘ଶକୁନ୍ତଲାମ’ରେ ଦେଖିବାକୁ ମିଳିବ। ୫ ବର୍ଷୀୟା ଆରହା ତାଙ୍କର ପ୍ରଥମ ଫିଲ୍ମ ‘ଶକୁନ୍ତଲାମ’ରେ ପ୍ରିନ୍ସ ଭାରତ ଭୂମିକାରେ ଅଭିନୟ କରିବେ।

Share