ପ୍ରେମରେ କିଭଳି ପଡ଼ନ୍ତି କେବେ ଦେଖିଛନ୍ତି କି, ହୁଏତ ନା। ସୋସିଆଲ ମିଡିଆରେ ଏଭଳି ଏକ ମଜାଦାର ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏହାର ଉଦାହରଣ ଦେଖିବାକୁ ମିଳୁଛି। ଆପର ଭାବୁଥିବେ କିଭଳି। ତେବେ ତାହା ଭିଡିଓ ଦେଖିଲେ ଆପେଆପେ ବୁଝିଯିବେ।
କେଇ ସେକେଣ୍ଡର ଭିଡିଓରେ ଦେଖିବେ ଯେ ଜଣେ ଯୁବତୀ ପାର୍କରେ ନାଚୁଛନ୍ତି। ନିଜର ଲମ୍ବା କେଶ ସାଙ୍ଗକୁ ତାଙ୍କର ନୃତ୍ୟଶୈଳୀ ମନ ମୋହୁଛି। ଠିକ୍ ଏତିକି ବେଳେ ଜଣେ ଯୁବକ ସେହିବାଟ ଦେଇ ଯାଉଛନ୍ତି। ସେ ଯୁବତୀଙ୍କୁ ଦେଖି ଏଭଳି ମଜ୍ଜି ଯାଉଛନ୍ତି ଯେ ଜୋରଦାର କଚଡ଼ା ଖାଉଛନ୍ତି। ହେଲେ ଯୁବତୀ ସେହିଭଳି ନାଚିବା ଜାରି ରଖିଛନ୍ତି। କ୍ୟାମେରାରେ କଏଦ ହୋଇଥିବା ଏହି ଦୃଶ୍ୟ ଦେଖି ଅନେକେ ଚକିତ ହେଉଛନ୍ତି। ଶେୟାର କରିବା ସମୟରେ ଲେଖାଯାଇଛି ଯେ, କିଛି ନୁହେଁ ବନ୍ଧୁ, ପ୍ରେମରେ ପଡ଼ିଯାଇଛନ୍ତି। ଏଥିରେ ଜଣେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଏହାକୁ କୁହନ୍ତୁ ପ୍ରେମରେ ପଡ଼ିବା।
ଦେଖନ୍ତୁ ମଜାଦାର ଭିଡିଓ: