Categories: ଫୁରସତ

ମାଲିକଙ୍କ ଲଫାପାରେ ରଖିଥିବା ୩ ଲକ୍ଷ ଟଙ୍କାକୁ ଚଳୁକଲା କୁକୁର, ସମ୍ପୂର୍ଣ୍ଣ ଘଟଣା ଜାଣିଲେ…

ବେଳେବେଳେ ଏକ ଛୋଟ ଅସାବଧାନତା ବହୁତ ଭାରୀ ପଡ଼ିଥାଏ। ଯାହା ଲାଗି ଅନୁତାପ କରିବାକୁ ପଡ଼ିଥାଏ। ଆମେରିକାର ପେନସିଲଭାନିଆରୁ ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଗୋଟିଏ କୁକୁର ନିଜ ମାଲିକଙ୍କର ୩ ଲକ୍ଷ ଟଙ୍କା ଚଳୁ କରିଦେଇଛି। ଉକ୍ତ କୁକୁରର ନାମ ହେଉଛି ‘ସେସିଲ’ । ଏହା ଗୋଲଡେନ୍‌ଡୁଡଲ ପ୍ରଜାତିର ଅଟେ।
ଖବର ଅନୁଯାୟୀ, ଡିସେମ୍ବରରେ କୁକୁରର ମାଲିକ ‘କ୍ଲିଟନ ଆଇନ’ ପେନସିଲଭାନିଆର ପିଟ୍ସବର୍ଗରେ ଥିବା ତାଙ୍କ ଘରର ରୋଷେଇ ଘର କାଉଣ୍ଟରରେ ୪୦୦୦ ଡଲାର ନଗଦ ଟଙ୍କା ଭର୍ତ୍ତି ଏକ ଲଫାପା ରଖିଥିଲେ। କଣ୍ଟ୍ରାକ୍ଟରଙ୍କୁ ଦେବା ପାଇଁ ସେ ଏହି ଟଙ୍କା ରଖିଥିଲେ। ସୁଯୋଗ ପାଇବା ମାତ୍ରେ ତାଙ୍କର ସାତ ବର୍ଷର କୁକୁର ‘ସେସିଲ’ ଏହି ଲଫାପାକୁ ନେଇ ଚାଲିଯାଇଥିଲା। କିଛି ସମୟ ପରେ କୁକୁର ବାନ୍ତି କରୁଥିବା ଦେଖିବାକୁ ପାଇଥିଲେ। ମାଲିକ ଭାବିଲେ କୁକୁର ଅସୁସ୍ଥ ତେଣୁ ସେ ପ୍ରାଣୀ ଚିକିତ୍ସକ ଡାକିଥିଲେ। ସେହି ଡାକ୍ତର କୁକୁରର ଅବସ୍ଥା ଦେଖିବା ପରେ କହିଥିଲେ ଯେ ସେ ସମ୍ପୂର୍ଣ୍ଣ ଭଲ ଅଛି। କିଛି ସମୟ ପରେ, ମାଲିକ କୁକୁରକୁ କିଛି ଚୋବାଉଥିବାର ଦେଖିଲେ। ଯେତେବେଳେ ସେ ତା ନିକଟକୁ ଗଲେ, ସେ ଆଶ୍ଚର୍ଯ୍ୟ ହୋଇଗଲେ। କୁକୁରର ଚାରିପଟେ ଖଣ୍ଡଖଣ୍ଡ ନୋଟ ଗୁଡ଼େଇ ହୋଇ ପଡ଼ିଥିବା ସେ ଦେଖିଲେ। ସେ ଜାଣିଲେ ଲଫାପାରେ ରଖିଥିବା ଏହା ସେହି ଟଙ୍କା। ପରିଶେଷରେ କ୍ଲିଟନ ତାଙ୍କ ସ୍ତ୍ରୀ ଉକ୍ତ ନୋଟ ସଂଗ୍ରହ କରିବା ଆରମ୍ଭ କଲେ ଯାହାକୁ ସେମାନେ ବ୍ୟାଙ୍କକୁ ନେଇ ବଦଳାଇଥିଲେ। ବ୍ୟାଙ୍କ ଭଲ ଅବସ୍ଥାରେ ଥିବା କିଛି ନୋଟକୁ ନେଇ ଯାଇଥିଲା, କିନ୍ତୁ ଅଧିକ ଗୁଣ୍ଡଗୁଣ୍ଡ ହୋଇଥିବା ପ୍ରାୟ ୪୦ ହଜାର ଟଙ୍କା ନୋଟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା।

Share