ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ଏଥି ମଧ୍ୟରେ କେତେକ ଦେଶୀ ଯୋଗାଡ଼ ମଧ୍ୟ ରହିଛି। ଯାହାକୁ ବ୍ୟବହାର କରି ଅନେକ ଲୋକ ଉପକୃତ ହୋଇପାରିବେ। ବର୍ତ୍ତମାନ ଇଣ୍ଟରନେଟ୍ରେ ଏକ ଭିଡିଓ ଭାଇରାଲ ହୋଉଛି। ଏହାକୁ ଦେଖି କିଏ ବ୍ୟବହାର ନ କରି ରହି ପାରିବେ ନାହିଁ। ବର୍ତ୍ତମାନ ସ୍ବୟଂଚାଳିତ ହ୍ୟାଣ୍ଡ ପମ୍ପ (ନଳକୂପ) ତିଆରି କରିବାର ଏକ କୌଶଳ ସାମ୍ନାକୁ ଆସିଛି। ବ୍ୟକ୍ତି ଜଣଙ୍କ ଏକ ପୁରୁଣା ସାଇକେଲ ଚେନ, ପେଡାଲ, ତାର ଏବଂ ଏକ ସୁଇଚ ସାହାଯ୍ୟରେ ଏହା ପ୍ରସ୍ତୁତ କରିଛନ୍ତି।
ଭାଇରାଲ କ୍ଲିପକୁ ଦେଖିଲେ ଏହା ସ୍ପଷ୍ଟ ଜଣାପଡେ ଯେ, ବ୍ୟକ୍ତି ଜଣକ ଏକ ତାରକୁ ଏକ ଇଲେକ୍ଟ୍ରିକ ସୁଇଚ ସହିତ ସଂଯୋଗ କରି ଏକ ମୋଟର ସ୍ଥାପନ କରିଛନ୍ତି। ଯେଉଁଥିରେ ଏକ ସାଇକେଲ ଚେନ-ପେଡାଲ ହ୍ୟାଣ୍ଡ ପମ୍ପ ପାଇପରେ ସଂଯୁକ୍ତ ହୋଇଛି। ସୁଇଚ ମାରିବା ମାତ୍ରେ ହ୍ୟାଣ୍ଡ ପମ୍ପ (ନଳକୂପ) ଆପେ ଆପେ ଚାଲିବା ଆରମ୍ଭ କରେ। ପରେ ଏଥିରୁ ଜଳ ବାହାରୁଛି।