Categories: ରାଜ୍ୟ

ଆର.ଏମ୍‍.ଆର.ସି.ରେ ଏଚ୍‍ଆଇଭି ସଂକ୍ରମିତଙ୍କ ଭାଇରାଲ ଲୋଡ ପରୀକ୍ଷା କରାଯିବ

ଭୁବନେଶ୍ୱର,୯ା୧୨: ଏଣିକି ରାଜ୍ୟରେ ଏଚ୍‍ଆଇଭି-ଏଡ୍‍ସ୍‍ ସଂକ୍ରମିତଙ୍କ ଭୂତାଣୁ (ଭାଇରାଲ୍‍ ଲୋଡ) ପରୀକ୍ଷା କରାଯିବ । ରାଜଧାନୀ ଭୁବନେଶ୍ୱରସ୍ଥିତ ଆଇ.ସି.ଏମ୍‍.ଆର.-ଆର.ଏମ୍‍.ଆର.ସିର ଅତ୍ୟାଧୁନିକ କୋବାସ୍‍ ଲ୍ୟାବ୍‍ରେ ଏହି ପରୀକ୍ଷା କରାଯିବ । ଏ ନେଇ ଓକାକସ୍‍ ଓ ଆର.ଏମ୍‍.ଆର.ସି ମଧ୍ୟରେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଛି ।

ଏଚ୍‍ଆଇଭି ସଂକ୍ରମିତ ବା ଏଡ୍‍ସ୍‍ ରୋଗୀଙ୍କ ଶରୀରରେ ଭୂତାଣୁ ସଂକ୍ରମଣ କେତେ ରହିଛି ତାହା ଜାଣିବା ପାଇଁ ଭାଇରାଲ୍‍ ଲୋଡ୍‍ ପରୀକ୍ଷା କରାଯାଇଥାଏ । ପୂର୍ବରୁ ଏଥିପାଇଁ ରୋଗୀଙ୍କ ନମୁନା ଅନ୍ୟ ରାଜ୍ୟକୁ ପରୀକ୍ଷା ପାଇଁ ପଠାଯାଉଥିଲା । ଏଣିକି ରାଜ୍ୟର ଆର.ଏମ୍‍.ଏସ୍‍.ସି ଲାବ୍‍ରେ ଆର.ଟି.ପି.ସି.ଆର ଏଚ୍‍.ଆଇ.ଭି ୱାନ୍‍ ଭାଇରାଲ ଲୋଡ୍‍ ନମୁନାର ପରୀକ୍ଷା ଗୋଟିଏ ଦିନରେ କରାଯାଇ ରିପୋର୍ଟ ମିଳିପାରିବ ।