Categories: ଫୁରସତ

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ କର୍ମଚାରୀ ଚାକିରି ଛାଡ଼ିବା ପରେ ଖୁସିରେ ବିଭୋର ହୋଇ ମାଲିକଙ୍କ ସମ୍ମୁଖରେ ନାଚୁଥିବା ଦେଖାଯାଉଛି। ଏହି ଘଟଣା ଅନେକଙ୍କୁ ଚକିତ କରିଛି।

କୁହାଯାଉଛି ଯେ ମହାରାଷ୍ଟ୍ରର ପୁଣେରେ ରହୁଥିବା ଅନିକେତ ସେଲ୍ସ ବିଭାଗରେ ଏକ କମ୍ପାନୀରେ କାର୍ଯ୍ୟରତ ଥିଲେ। ଚାକିରି ତାଙ୍କୁ ପସନ୍ଦ ନ ଥିଲେ ହେଁ ବର୍ଷ ବର୍ଷ ଧରି ସେ କମ୍ପାନୀରେ ଥିଲେ। କାରଣଟି ଥିଲା ପରିବାରର ଆବଶ୍ୟକତା, ଆର୍ଥିକ ସ୍ଥିତି। ପ୍ରାୟ ୩ ବର୍ଷ ଯାଏ ଅନିକେତ ସେଠାରେ କାମ କରୁଥିଲେ। ହେଲେ ଦରମା ଭଲଭାବେ ବଢ଼ାଯାଉ ନ ଥିବାରୁ ଖୁସି ନ ଥିଲେ। ମାଲିକ ବି ତାଙ୍କର ସମ୍ମାନ କରୁ ନ ଥିଲେ। ଏମିତିରେ ଦିନେ ସେ ଚାକିରି ଛାଡ଼ିଦେବେ ବୋଲି ମନସ୍ଥ କଲେ। ଏହାପରେ ସେ ତାହା ହିଁ କରିଥିଲେ।

ଚାକିରି ଛାଡ଼ୁଥିବା ଦିନଟି ବେଶ ସ୍ପେଶାଲ ହୋଇଥିବାରୁ ସେ ତାଙ୍କର ବନ୍ଧୁମାନଙ୍କୁ ଟ୍ରିଟ୍‌ ଦେଇଥିଲେ। ମାଲିକଙ୍କୁ ସେ ଚାକିରି ଛାଡ଼ୁଥିବା କହିବା ପରେ ପଛରୁ ଢ଼ୋଲ ଶବ୍ଦ ଆସିଥିଲା। ପରେ ଅନିକେତ ବହୁତ ନାଚିଥିଲେ। ହେଲେ ମାଲିକଙ୍କୁ ତାହା ହଜମ ହୋଇ ନ ଥିଲା। ସେ ତାଙ୍କୁ ତୁରନ୍ତ ସେଠାରୁ ଚାଲିଯିବାକୁ କହିଥିଲେ। ଭିଡିଓଟିକୁ ଇନଷ୍ଟାଗ୍ରାମରେ ଅନିଶ ଭାଗତ ନାମକ ହ୍ୟାଣ୍ଡେଲରୁ ଶେୟାର କରାଯାଇଛି।

Share