ଓକାଲୋହୋମାରେ ଜଣେ ମହିଳାଙ୍କୁ ୧୦୦ ବର୍ଷ ବୟସ ହୋଇଥିଲେ ମଧ୍ୟ ବୃଦ୍ଧାଜଣଙ୍କ ତାଙ୍କର ୨୫ତମ ଜନ୍ମଦିନ ପାଳନ କରିଛନ୍ତି। ଆଜ୍ଞା ହଁ ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ସତ। ପ୍ରକୃତରେ ମହିଳା ଜଣକ ଅଧିବର୍ଷ ଅର୍ଥାତ୍ ୨୯ଫେବୃଆରୀରେ ଜନ୍ମ ହୋଇଥିଲେ ଏବଂ ଫେବୃଆରୀ ୨୯ ପ୍ରତି ଚାରି ବର୍ଷରେ ଥରେ ଆସେ। ଏହି କାରଣରୁ ବୃଦ୍ଧା ମହିଳା ଚଳିତ ବର୍ଷ ତାଙ୍କର ୨୫ ତମ ଜନ୍ମଦିନ ପାଳନ କରିଛନ୍ତି।
ମେରି ଲି ଫର୍ସିଥ ତାଙ୍କ ଜନ୍ମଦିନ ଫେବୃଆରୀ ୨୯ରେ ହିଁ ପାଳନ୍ତି। ବୃଦ୍ଧାଙ୍କ ଜନ୍ମଦିନ ପାଇଁ ଏକ ପାର୍ଟୀ ମଧ୍ୟ ଆୟୋଜିତ ହୋଇଥିଲା। ଯେଉଁଥିରେ କୁହାଯାଇଥିଲା ଯେ ସେ ସ୍କୁଲରେ ଗୀତ ଗାଇବା ଏବଂ ପିଆନୋ ବଜାଇବାକୁ ଭଲ ପାଆନ୍ତି। ଯେଉଁମାନେ ତାଙ୍କୁ ଜାଣିଥିଲେ ସେମାନେ କହିଥିଲେ ଯେ ମେରି ଏକ ଭଲ ଏବଂ ସୁଖମୟ ଜୀବନ ଅତିବାହିତ କରିଛନ୍ତି ଏବଂ ସେ ଏହି ସମ୍ମାନ ପାଇ ବହୁତ ଖୁସି ଅଛନ୍ତି ।