ମହିଳାଙ୍କ ନଗ୍ନ ଭିଡିଓ ଭାଇରାଲ କରି ବନ୍ଧାହେଲେ ଯୋଗାଣ ସହାୟକ

ବଲାଙ୍ଗୀର,୧୧ା୧୧(ସୁନୀଲ କୁମାର ମହାନ୍ତି): ଜଣେ ମହିଳାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ନଗ୍ନ ଭିଡିଓ ଭାଇରାଲ କରି ଫେରାର ଥିବା ଯୋଗାଣ ସହାୟକଙ୍କୁ ବଲାଙ୍ଗୀର ପୋଲିସ ଛତିଶଗଡ଼ରୁ ଗିରଫ କରିଛି। ବଲାଙ୍ଗୀର ଜିଲା ଆଗଲପୁର ଥାନା ଅଞ୍ଚଳର ଜଣେ ବିଧବା ମହିଳାଙ୍କୁ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିବା ଓ ପରେ ବ୍ଳାକମେଲିଂ କରି ତାଙ୍କ ଅନ୍ତରଙ୍ଗ ମୁର୍ହୂତ୍ତର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ। ଏହାପରେ ମହିଳା ଜଣକ ପଞ୍ଚାୟତ ଅଫିସକୁ ଯାଇ ସମ୍ପୃକ୍ତ ଯୋଗାଣ ସହାୟକ ଗିରିଶ ଚନ୍ଦ୍ର ସାହୁଙ୍କୁ ଚପଲ ମାଡ଼ କରି ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣା ପରେ ଅଭିଯୁକ୍ତ ଯୋଗାଣ ସହାୟକ ଜଣକ ଫେରାର ହୋଇଯାଇଥିଲେ ।

ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରି ପୋଲିସ ବୁଦୁଲା ପଞ୍ଚାୟତର ଫେରାର ଯୋଗାଣ ସହାୟକ ଗିରିଶଙ୍କୁ ଛତିଶଗଡ଼ରୁ ଗିରଫ କରିଛି ଓ ସୋମବାର ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସଦର ଏସ୍‌ଡିପିଓ ପ୍ରଦୀପ କୁମାର ସାହୁ କରିଛନ୍ତି।

Share