Categories: ଫୁରସତ

ଅକ୍ସିଜେନ୍‌ ଲାଗିଥିବା ସତ୍ତ୍ୱେ ରୋଷେଇ କରୁଛନ୍ତି ମହିଳା: ଫଟୋ ଭାଇରାଲ ପରେ…

ବମ୍ବେ: ଭାରତୀୟ ସମାଜରେ ମହିଳାଙ୍କୁ ତ୍ୟାଗର ମୂର୍ତ୍ତୀ ବୋଲି କୁହାଯାଏ। ବେଳେବେଳେ ମହିଳାଙ୍କ ସମର୍ପଣଭାବର ଲାଭ ପରିବାରବର୍ଗ ଉଠାଇଥାନ୍ତି। ସୋସିଆଲ ମିଡିଆରେ ସେହିଭଳି ଏକ ଫଟୋ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣ ଚକିତ ହୋଇଯିବେ। କାରଣ ଫଟୋରେ ଜଣେ ମହିଳା ଅକ୍ସିଜେନ୍‌ କନ୍ସଟ୍ରେଟରରେ ଥିବା ସତ୍ତ୍ୱେ ରୋଷେଇ ଘରେ ଛିଡ଼ା ହୋଇ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି। ଏଭଳି ଅବସ୍ଥାରେ ସେ ରୋଷେଇ କରୁଥିବାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଉଛି।

ଲୋକପ୍ରିୟ ଗାୟିକା ଚିନ୍ମୟୀ ଶ୍ରୀପଦା ଫଟୋରେ ପ୍ରତିକ୍ରିୟା ରଖି କହିଛନ୍ତି, କ’ଣ ଏହାକୁ ବିନା ସର୍ତ୍ତରେ ଭଲପାଇବା କୁହାଯିବ ଯାହା ମହିଳାଙ୍କୁ ଆରାମ ନ କରିବାକୁ ବାଧ୍ୟ କରିଥାଏ। ସେହିଭଳି ଖବରଦାତା ଏବଂ ଲେଖକ ଗୌତମ ମେଙ୍ଗଲେ କହିଛନ୍ତି, ଯିଏ ଏଭଳି ସ୍ଥିତିରେ ରୋଷେଇ କରିବାକୁ ମନା କରିବା ପରିବର୍ତ୍ତେ ଫଟୋ ଉଠାଇଛି, ସେ ପ୍ରଥମ ଅପରାଧୀ, ପରବର୍ତ୍ତୀ ଅପରାଧୀ ସମାଜ। ତେବେ ଫଟୋଟିର ସତ୍ୟତା ଜଣାପଡ଼ି ନ ଥିଲେ ହେଁ ସମାଜର କୁଶ୍ଚିତ ଚିନ୍ତାଧାରାକୁ ଏହା ବ୍ୟକ୍ତ କରୁଛି ବୋଲି ବିତର୍କ ହେଉଛି।

Share