ଦେଢ଼ ବର୍ଷର ଝିଅଙ୍କୁ କୋଳରେ ଧରି ଡ୍ୟୁଟି କରୁଥିଲେ ଡିଏସ୍‌ପି; ମୁଖ୍ୟମନ୍ତ୍ରୀ ପହଞ୍ଚିବା ପରେ…

କଥାରେ ଅଛି ନାରୀ ସର୍ବଗୁଣସମ୍ପନ୍ନା। କର୍ତ୍ତବ୍ୟ ସହ ପରିବାରର ଦାୟିତ୍ୱକୁ ସେ ଠିକ୍‌ ଭାବେ ତୁଲାଇପାରେ। ଏହାର ଅନେକ ଉଦାହରଣ ସମାଜରେ ଦେଖିବାକୁ ମିଳିଥାଏ। ଏହି କ୍ରମରେ ଅଲିରାଜପୁରର ଜଣେ ମହିଳା ପୋଲିସ ଅଧିକାରୀ ସୋସିଆଲ ମିଡିଆରେ ଭାଇରାଲ ହେଉଛନ୍ତି। କାରଣଟି ହେଲା ସେ ନିଜ କୋଳରେ ଦେଢ଼ ବର୍ଷର ଝିଅଙ୍କୁ ଧରି ଡ୍ୟୁଟି କରୁଛନ୍ତି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ମଧ୍ୟ ପୋଲିସ ଅଫିସରଙ୍କ ପ୍ରଶଂସକ ପାଲଟିଛନ୍ତି। ସେ ନିଜର ସୋସିଆଲ ପୃଷ୍ଠାରେ ତାଙ୍କର କିଛି ଫଟୋ ଟୁଇଟ୍‌ କରିଛନ୍ତି।

ମହିଳା ଡିଏସ୍‌ପିଜଣଙ୍କ ହେଲେ ମୋନିକା ସିଂହ। ସେ ଏକ ହେଲିପ୍ୟାଡ୍‌ରେ ଦେଢ଼ ବର୍ଷ ଝିଅଙ୍କୁ କୋଳରେ ଧରି ଡ୍ୟୁଟି କରୁଥିଲେ। ସେଠାରେ ମୁଖ୍ୟମନ୍ତ୍ରୀ ଶିବରାଜ ପହଞ୍ଚିବାର କାର୍ଯ୍ୟକ୍ରମ କତିଲା। ଜୋବଟ ବିଧାନସଭା ଆସନରେ ହେଉଥିବା ଉପନିର୍ବାଚନ ଲାଗି ଦୁଇ ଦିନିଆ ପ୍ରଚାର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସେ ସେଠାରେ ପହଞ୍ଚିଥିଲେ। ମହିଳା ଅଫିସରଙ୍କୁ ପିଲା ସହ ଦେଖି ସେ ଭାବୁକ ହୋଇଯାଇଥିଲେ।

ମୋନିକା ଏବଂ ତାଙ୍କ ଶିଶୁଙ୍କ ସହ ନିଜର ଫଟୋ ଶେୟାର କରି ଶିବରାଜ ଲେଖିଛନ୍ତି, ଅଲିରାଜପୁର ଯାତ୍ରା ସମୟରେ ଡିଏସ୍‌ପି ମୋନିକା ନିଜର ଦେଢ଼ ବର୍ଷର ଝିଅକୁ ବେବି କ୍ୟାରିୟର ବ୍ୟାଗ୍‌ରେ ଧରି ଡ୍ୟୁଟି କରୁଥିବା ଦେଖିଥିଲି। ନିଜର କର୍ତ୍ତବ୍ୟ ପ୍ରତି ଏଭଳି ସମର୍ପଣକୁ ଅଭିନନ୍ଦନ ଜଣାଉଛି। ମଧ୍ୟପ୍ରଦେଶ ଆପଣଙ୍କୁ ନେଇ ଗର୍ବ କରେ। ଶୁଭକାମନା ସହ ଗେହ୍ଲି ଝିଅକୁ ଆଶୀର୍ବାଦ ଦେଉଛି ବୋଲି ସେ କହିଛନ୍ତି। ଫଟୋଗୁଡ଼ିକୁ ଏବେ ବେଶ ପସନ୍ଦ କରାଯାଉଛି।

Share