Categories: ଫୁରସତ

ବାଇକ୍‌ରେ ୭ଜଣଙ୍କୁ ବସାଇ ନେଉଥିଲେ ଏହି ବ୍ୟକ୍ତି, ପୋଲିସ ଦେଖିବା ପରେ..

ଢାକା: ଆଜିକାଲିର ସମୟରେ ଯାନବାହନର ବହୁଳ ବ୍ୟବହାରକୁ ନେଇ ଦୁର୍ଘଟଣା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଅନେକ ଟ୍ରାଫିକ୍‌ କଟକଣା ଲଗାଯାଇଛି। ଯେପରିକି ହେଲମେଟ୍‌ ପିନ୍ଧିବା, ଦୁଇଚକିଆ ଯାନରେ ଦୁଇରୁ ଅଧିକ ଲୋକଙ୍କ ଯାତାୟାତକୁ ମନା କରାଯାଇଛି। ଏହାକୁ ନମାନିଲେ ଜରିମାନା ବ୍ୟବସ୍ଥା ମଧ୍ୟ କରାଯାଇଛି। ହେଲେ ବିହାର ଢାକାର ଜଣେ ଅମାନିଆଙ୍କ ଏଭଳି ଏକ ଫଟୋ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ଚକିତ ହୋଇଯିବେ।

ଭାଇରାଲ ଫଟୋରେ ବାଇକ୍‌ରେ ସାତଜଣ ଲୋକ ବସିଥିବା ଦେଖାଯାଉଛି। ସେମାନଙ୍କ ମଧ୍ୟରେ ଜଣେ ପୁରୁଷ, ଜଣେ ମହିଳା ଏବଂ ପାଞ୍ଚଜଣ ଶିଶୁ ଅଛନ୍ତି। ସବୁ ଗୋଟିଏ ପରିବାରର ହୋଇଥିବା ବେଳେ ସେମାନେ ସାଙ୍ଗରେ ପୋଷାକପତ୍ର ମଧ୍ୟ ଥିଲା। ଏମାନଙ୍କୁ ଅଟକାଇବା ପରେ ଜଣେ ପୋଲିସକର୍ମୀ ପ୍ରଥମେ ହାତ ଯୋଡ଼ି ଦେଇଥିଲେ। ପରେ ଚାଳକଙ୍କୁ କଟାକ୍ଷ କରିଥିଲେ। ସଡ଼କ ନିୟମ ପାଳନ କରିବାକୁ ପରାମର୍ଶ ଦେଇଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ କିଛି ଯୁବକ ଫଟୋ ଉଠାଇ ଭାଇରାଲ କରିଦେଇଛନ୍ତି।

Share