ବିରାଟ କୋହଲି-ଅନୁଷ୍କାଙ୍କ ପିଲା ବିଷୟରେ ଏମିତି କହିଥିଲେ ଶର୍ମିଲା ଟାଗୋର

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଖୁବ୍‌ଶୀଘ୍ର ମା’ବାପା ହେବାକୁ ଯାଉଛନ୍ତି। ବିରାଟ ଅନୁଷ୍କାଙ୍କ ସହ ଏକ ଫଟୋ ଶେୟାର କରି ଏହା ଜଣାଇଛନ୍ତି। ସେ କହିଛନ୍ତି, ୨୦୨୧ରେ ଆମେ ୨ରୁ ୩ ହେବାକୁ ଯାଉଛି। ଫଟୋରେ ଅନୁଷ୍କାଙ୍କୁ ବେବି ବମ୍ପ୍‌ ସହ ଦେଖିବାକୁ ମିଳୁଛି। ଅନୁଷ୍କା ମଧ୍ୟ ନିଜ ଟୁଇଟରରେ ଏହାକୁ ଶେୟାର କରିଛନ୍ତି। ଏହା ପରଠାରୁ ସେମାନଙ୍କୁ ପ୍ରଶଂସକଙ୍କଠାରୁ ଅଭିନନ୍ଦନ ମିଳିବା ଆରମ୍ଭ ହୋଇଯାଇଛି। ଏହାମଧ୍ୟରେ କରୀନା କପୁରଙ୍କ ଶାଶୁ ଅର୍ଥାତ୍‌ ଶର୍ମିଲା ଟାଗୋରଙ୍କ ଏକ ପୂରୁଣା ଭିଡିଓ ଏବେ ଚର୍ଚ୍ଚାକୁ ଆସିଛି। ଯେଉଁଥିରେ ସେ ଅନୁଷ୍କା-ବିରାଟଙ୍କ ପିଲା ବିଷୟରେ କହୁଥିବା ଶୁଣିବାକୁ ମିଳୁଛି।
ଶର୍ମିଲାଙ୍କ ଏହି ଭିଡିଓ ବର୍ଷେ ତଳର। ସେ କରୀନା କପୁରଙ୍କ ଶୋ’ ‘ଇଶ୍କ ଏଫ୍‌ଏମ୍‌’ରେ ନଜର ଆସୁଛନ୍ତି। ଏହି ଟକ୍‌ ଶୋ’ରେ ଶର୍ମିଲା ପଟୌଦୀ ପରିବାର ଏବଂ ଫିଲ୍ମ ଇଣ୍ଡଷ୍ଟ୍ରି ସହ ଜଡିତ ଅନେକ ବିଷୟରେ କଥା ହେଉଛନ୍ତି। ଏହାମଧ୍ୟରେ କରୀନା ତୈମୁରଙ୍କ ସହ ଜଡିତ ପ୍ରଶ୍ନ ପଚାରୁଛନ୍ତି। ଶର୍ମିଲା କହୁଛନ୍ତି, ସୋସିଆଲ ମିଡିଆ ଚିନ୍ତାର ବିଷୟ। ଏହା ପ୍ରଥମେ ତୁମକୁ ବହୁତ ଉପରକୁ ଉଠାଇଦେବ ପରେ ତଳେ ପକାଇଦେବ। କାଲି ବିରାଟ କୋହଲି-ଅନୁଷ୍କା ଶର୍ମାଙ୍କ ପିଲା ହେଲେ ତୈମୁରକୁ ଲୋକେ ଭୁଲିଯିବେ। ଏହା ପରେ କରୀନା କହୁଛନ୍ତି, ମୁଁ ଆଶା କରୁଛି ସେମିତି ହେଉ।

Share