ଭୁବନେଶ୍ୱର ରାସ୍ତାରେ ଭୋରୁ ଭୋରୁ ବୁଲେଟ୍‌ ଧରି ବୁଲିଲେ କମେଡି କିଙ୍ଗ୍‌

କମେଡି ରାଜା କପିଲ ଶର୍ମା ଆଜିକାଲି ଅନେକ ଚର୍ଚ୍ଚାରେ ଅଛନ୍ତି। ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’ ର ପ୍ରମୋଶନ କରିବାକୁ ସଫା ସଫା ମନା କରିବା ପରେ ଚାରିଆଡେ ସମାଲୋଚନାର ଶିକାର ହେଉଛନ୍ତି କମେଡି କିଙ୍ଗ କପିଲ ଶର୍ମା। ଏପରି ଖବର ପ୍ରଚାରିତ ହେବା ପରେ ସୋଶାଲ ମିଡିଆରେ କପିଲଙ୍କ ବିରୋଧରେ ଟ୍ରେଣ୍ଡ ଚାଲିଛି। ଏପରିକି ‘ବୟକଟ କପିଲ’ ବୋଲି ବି ହ୍ୟାସ୍‌ଟ୍ୟାଗ ଚାଲିଛି। ଏହି ସମୟରେ କପିଲ ଏବେ ଭୁବନେଶ୍ୱରରେ ଏକ ଫିଲ୍ମ ଶୁଟିଂ ପାଇଁ ଅଛନ୍ତି। ଭୋରୁ ଭୋରୁ ତାଙ୍କ ପ୍ରିୟ ବୁଲେଟ୍‌ ଧରି ରାସ୍ତାରେ ବୁଲୁଥିବାର ତାଙ୍କୁ ଦେଖାଯାଇଛି। ଏହାର ଭିଡିଓ ସେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ସେ ଲେଖିଛନ୍ତି- ମୋର ପ୍ରିୟ ବାଇକ ବୁଲେଟରେ ସକାଳର ଯାତ୍ରା ଉପଭୋଗ କରୁଛି।
କଶ୍ମୀର ଫାଇଲଗୁଡ଼ିକର ବିବାଦ ପରେ କପିଲ ଶର୍ମାଙ୍କୁ ଏକ ନିଆରା ଶୈଳୀରେ ଦେଖିବାକୁ ମିଳୁଛି। ନିକଟରେ ସେ ଜିମ କରିବା ସମୟରେ ଏକ ଭିଡିଓ ପୋଷ୍ଟ କରିଥିଲେ। କପିଲ ନିଜକୁ ଚାପରୁ ଦୂରେଇ ରଖିବା ପାଇଁ ଏପରି କାର୍ଯ୍ୟ କରୁଛନ୍ତି। କିନ୍ତୁ ପ୍ରଶଂସକ ତାଙ୍କୁ ଟ୍ରୋଲ କରିବାକୁ ପଛାଉନାହାନ୍ତି।
ଜଣେ ପ୍ରଶଂସକ କହିଛନ୍ତି- କପିଲ ଏତେ ସକାଳୁ ଉଠନ୍ତି ବୋଲି ଆଶା କରି ନ ଥିଲି। ସବୁକିଛି ଅକ୍ଷୟ ସାର୍‌ଙ୍କ ପ୍ରଭାବ।ଏଥିସହିତ ଜଣେ ପ୍ରଶଂସକ ଲେଖିଛନ୍ତି – କପିଲ ଶର୍ମା ଭାବୁଛନ୍ତି ଯେ ଅକ୍ଷୟ ପାଜିଙ୍କୁ ପଛରେ ପକାଇ ଦେବେ।

Share