ରାକ୍ଷୀ ସାଓ୍ବନ୍ତଙ୍କୁ ଛୋଟ ପ୍ରଶଂସଙ୍କ ଦେଲେ ୧.୪ ଲକ୍ଷର ଉପହାର: ଜାଣନ୍ତୁ କ’ଣ…

ଛୋଟ ପରଦାର ଚର୍ଚ୍ଚିତ ଶୋ’ ‘ବିଗ୍‌ ବସ୍‌-୧୪’ର ପ୍ରତିଯୋଗୀ ରହିସାରିଥିବା ରାକ୍ଷୀ ଶାଓ୍ବନ୍ତ ତାଙ୍କ ଡ୍ରାମା ଯୋଗୁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କିନ୍ତୁ ଏବେ ସେ ଜଣେ ପ୍ରଶଂସକଙ୍କ ପାଇଁ ଖୁବ୍‌ ଚର୍ଚ୍ଚାରେ। ଜଣେ ଛୋଟ ପ୍ରଶଂସକ ତାଙ୍କୁ ଏକ ଉପହାର ଦେଇଛନ୍ତି। ଯାହାକୁ ପାଇବା ପରେ ସେ ବହୁତ ଉତ୍ସାହିତ ହୋଇପଡ଼ିଛନ୍ତି। ସୋସିଆଲ ମିଡିଆରେ ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ରାକ୍ଷୀଙ୍କ ଜଣେ ଛୋଟ ପ୍ରଶଂସକ ତାଙ୍କୁ ଉପହାର ଦେଇଛନ୍ତି। ତେବେ ଏହି ଉପହାର ୨୦, ୩୦ କିମ୍ବା ୫୦ ଟଙ୍କାର ନୁହେଁ ବରଂ ୧.୫ ଲକ୍ଷ ମୂଲ୍ୟର ଏକ ମୋବାଇଲ ଫୋନ୍‌। ଏହି ମୋବାଇଲକୁ ରାକ୍ଷୀ ଖୋଲୁଥିବା ବେଳେ ବହୁତ ଉତ୍ସାହିତ ହୋଇପଡ଼ୁଥିବା ଭିଡିଓରେ ଦେଖିବାକୁ ମିଳୁଛି। ଏ ନେଇ ଜଣେ ୟୁଜର କମେଣ୍ଟକରି ରାକ୍ଷୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Share