Categories: ଫୁରସତ

ନିଜ ମୃତ୍ୟୁର ଭିଡିଓ ଶୁଟିଂ କରି ଆଖିବୁଜିଦେଲେ , ପୂରା ଘଟଣା ଜାଣିଲେ

ୱାଶିଂଟନ: ମୃତ୍ୟୁ କେତେବେଳେ, କେମିତି ବି ଆସିଥାଏ। ହେଲେ କେହି ସେହି ମୃତ୍ୟୁକୁ ରେକର୍ଡ କରିବା ସମ୍ଭବ ହୋଇନି। ତେବେ ଜଣେ ବ୍ୟକ୍ତି ନିଜ ମୃତ୍ୟୁର ଭିଡିଓ ରେକର୍ଡ କରିଥିବା ଜଣାପଡ଼ିଛି। ସେ ପେସାରେ ଜଣେ ସ୍କାଏଡାଇଭର। ତାଙ୍କ ମୃତ୍ୟୁ ପ୍ଲେନ୍‌ରୁ ଡେଇଁବା ପରେ ହୋଇଛି। ତେବେ ସେ ସବୁଠୁ ଜରୁରୀ ଜିନିଷ ଭୁଲି ଯାଇଥିଲେ, ଯାହା ଥିଲା ପାରାଚୁଟ୍‌। ୩୫ ବର୍ଷୀୟ ଇଭାନ ମାକ୍‌ଗୁଇରି ପୂର୍ବରୁ ୮୦୦ ସଫଳ ସ୍କାଏଡାଇଭିଂ କରିଛନ୍ତି। ସେ ୧୦ ହଜାର ଫୁଟ୍‌ ଉଚ୍ଚରୁ ସ୍କାଏଡାଇଭିଂ କରିଥିଲେ, ଯାହା ତାଙ୍କ ଜୀବନର ଶେଷ ସ୍କାଏଡାଇଭିଂ ଥିଲା। ଏହା ୧୯୮୮ ଏପ୍ରିଲର ଘଟଣା। ସେ ୧୦ ହଜାର ଫୁଟ୍‌ ଉଚ୍ଚରୁ ସ୍କାଏଡାଇଭିଂ କରୁଥିବାବେଳେ ଏହାକୁ ରେକର୍ଡ କରିବାକୁ ବହୁତ ଉତ୍ସାହିତ ଥିଲେ। ସେ ଆମେରିକାର ଉତ୍ତର କରୋଲିନାର ଫ୍ରାଙ୍କଲିନ କାଉଣ୍ଟି ସ୍ପୋଟର୍‌ସ ପାରାଚୁଟ୍‌ ସେଣ୍ଟରରେ ଥିଲେ। ସେ ଯେତେବେଳେ ପ୍ଲେନ୍‌ରୁ ତାଙ୍କ ଉଡ଼ାଣ ନେଲେ, ସେତେବେଳେ ସେ ତାଙ୍କ ପାରାଚୁଟ୍‌କୁ ଭୁଲି ଯାଇଥିବା ଜାଣିପାରିଲେ। ସେତେବେଳେ ତାଙ୍କ କ୍ୟାମେରାରେ ସବୁକିଛି ରେକର୍ଡ ହେଉଥିଲା। ତାଙ୍କୁ ପ୍ରଥମେ ଲାଗିଲା କି ସେ ପାରାଚୁଟ୍‌ ସାଙ୍ଗରେ ନେଇକି ଆସିଛନ୍ତି। ହେଲେ ପାରାଚୁଟ୍‌ ନ ଆଣିବା ଜାଣି ସେ ପୂରା ଡରିଗଲେ। ଯେତେବେଳେ ସେ ତଳେ ପହଞ୍ଚତ୍ଲେ, ସେତେବେଳେ ତାଙ୍କ ମୁହଁରୁ ‘ହେ ଭଗବାନ୍‌- ନାଇଁ’ ବୋଲି ବାହାରିଥିଲା। ପରେ ତାଙ୍କ ମୃତଦେହ ଏୟାରଫିଲ୍ମଠାରୁ ପ୍ରାୟ ବହୁତ ଦୂର ଏକ ଜଙ୍ଗରୁ ମିଳିଥିଲା। ଏହାପରେ ମାମଲାର ଯାଞ୍ଚ ଆରମ୍ଭ ହୋଇଥିଲା। ପାଇଲଟ୍‌ ମାର୍କ ଲୁମୈନଙ୍କୁ ପାରାଚୁଟ୍‌ ଯାଞ୍ଚ କରିବା ସମ୍ପର୍କରେ ପଚାରା ଯାଇଥିଲା। ତେବେ ନିୟମ ଅନୁସାରେ, ପାଇଲଟ୍‌ ପାରାଚୁଟ୍‌ ଯାଞ୍ଚ ନ କରିବା ଯାଏ ସ୍କାଏଡାଇଭର ପ୍ଲେନ୍‌ରୁ ଡେଇଂ ପାରିବନି। ଏ ସମ୍ପର୍କରେ କେହି ଜାଣିପାରି ନ ଥିବା ପାରାଚୁଟ୍‌ ସେଣ୍ଟର ମାଲିକଙ୍କ ସ୍ତ୍ରୀ ନ୍ୟାନ୍ସି କହିଥିଲେ। ପରେ ଏହି ମାମଲାକୁ ଏକ ଦୁର୍ଘଟଣା ବୋଲି ଧରାଗଲା।

Share