ଭାଇରାଲ ହେଉଛି ଅଭିନେତ୍ରୀଙ୍କ ବୋଲ୍ଡ ଫଟୋ

ମୁମ୍ବାଇ: ଅଭିନେତ୍ରୀ ନୁସରତ ଜାହାଁ ବ୍ୟାୟାମ କରିବା ପରେ ଥକ୍କା ହୋଇ ଏକ ସ୍କିନ୍‌ ଫିଟ୍‌ ଡ୍ରେସ୍‌ ପିନ୍ଧି ତାଙ୍କ ଇନ୍‌ଷ୍ଟାଗ୍ରାମରେ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ସେ ବୋଲ୍ଡ ଦେଖାଯାଉଛନ୍ତି।

ନୁସରତ ଫଟୋଗୁଡ଼ିକୁ ଅନେକ ଲୋକଙ୍କ ସହ ଟ୍ୟାଗ୍‌ ବି କରିଛନ୍ତି। ଫଟୋ ଶେୟାର କରି ଏଥିରେ ସେ କ୍ୟାପଶନ ଲେଖିଛନ୍ତି, ‘ମୋ’ଆତ୍ମାକୁ ଜାଗ୍ରତ ହେବାକୁ ପଡ଼ିବ, ଯାହା ଫଳରେ ଏହା କିଛି ଭଲ କାମ କରିବ।’ ଏହାକୁ ସେ ବିଭିନ୍ନ ଲୋକଙ୍କୁ ଟ୍ୟାଗ୍‌ କରିଛନ୍ତି।

ନୁସରତଙ୍କ ଏହି ଫଟୋରେ ପ୍ରଶଂସକମାନେ ଫାୟାର ଏବଂ ହାର୍ଟ ଇମୋଜି ଦେଉଛନ୍ତି। ଏଥିରୁ ସ୍ପଷ୍ଟ ଯେ, ପ୍ରଶଂସକମାନେ ମଧ୍ୟ ନୁସରତଙ୍କ ବୋଲ୍ଡନେସ୍‌କୁ ପସନ୍ଦ କରିଛନ୍ତି।
ଇନ୍‌ଷ୍ଟାଗ୍ରାମରେ ଫଟୋ ଶେୟାର ହେବାର ମାତ୍ର ୧୪ ମିନିଟ୍‌ରେ ଏହା ଦୁଇ ହଜାରରୁ ଅଧିକ ଲାଇକ୍‌ ପାଇଛି। ଅନେକ ଲୋକ ଏହା ଉପରେ ମନ୍ତବ୍ୟ ମଧ୍ୟ ଦେଉଛନ୍ତି। ଜଣେ ୟୁଜର ଲେଖିଛନ୍ତି, ପୂରା ହଟ୍‌। ଆଉ ଜଣେ ୟୁଜର ଲେଖିଛନ୍ତି, କି ଚାହାଣି?

ନୁସରତ ସ୍ବାମୀଙ୍କଠାରୁ ଅଲଗା ହେବା ପରେ ଏବେ ୟଶ ଦାସଗୁପ୍ତାଙ୍କୁ ସ୍ବାମୀ ପରିଚୟ ଦେଇଛନ୍ତି। ଏପରିକି ତାଙ୍କ ପୁଅର ପିତା ୟଶ ବୋଲି ସେ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ।

Share