ମଲ୍‌ରେ ବୁଲୁଥିଲା ୫୯୭ କିଲୋର କୁମ୍ଭୀର, ପୂରା ଘଟଣା ଜାଣିଲେ …

ଯେଉଁଠିକୁ ସପିଂ କରିବାକୁ ଯାଉଛନ୍ତି, ସେହି ମଲରେ କୁମ୍ଭୀର ଦେଖିଲେ ଆପଣଙ୍କ ଅବସ୍ଥା କ’ଣ ହେବ। ବର୍ତ୍ତମାନ ଭାଇରାଲ ହେଉଥିବା ଭିଡିଓରେ ଏପରି କିଛି ଦେଖିବାକୁ ମିଳିଛି। ଫ୍ଲୋରିଡାର ‘କୋକନଟ୍‌ ପଏଣ୍ଟ’ ମଲରେ ୧୨ ଫୁଟର କୁମ୍ଭୀର ବୁଲୁଥିବା ଦେଖିବାକୁ ମିଳିଥିଲା। ଯାହାର ଓଜନ ୫୯୭ କିଲୋ ହେବ। ଯାହାକୁ ଦେଖି ଲୋକମାନେ ଭୟଭୀତ ହୋଇପଡିଥିଲେ। ତେବେ ତୁରନ୍ତ କୁମ୍ଭୀରଟିକୁ ଉଦ୍ଧାର କରି ନିଆଯାଇଥିଲା।
ମଲ୍‌ର ଷ୍ଟୋର ପଛରେ କୁମ୍ଭୀରଟି ବୁଲୁଥିବା ବେଳେ ଜଣେ ଗ୍ରାହକ ପ୍ରଥମେ ଦେଖି ମଲ ଅଧିକାରୀମାନଙ୍କୁ ଜଣାଇଥିଲେ। ପରେ ପୋଲିସ ଓ ଫ୍ଲୋରିଡା ବନ୍ୟପ୍ରାଣୀ ବିଭାଗକୁ ଡକାଯାଇଥିଲା। ସେମାନେ ଏହାକୁ ଉଦ୍ଧାର କରିଥିାଲ
ଭିଡିଓରେ ଦେଖିବାକୁ ମିଳୁଛି ଯେ, ୫୯୭ କିଲୋର ଏହି କୁମ୍ଭୀରକୁ ଉଦ୍ଧାର କରିବା ପାଇଁ ବିଭାଗକୁ ବହୁ ପରିଶ୍ରମ କରିବାକୁ ପଡିଥିଲା। ଅନେକ ଲୋକ ଏକତ୍ର କୁମ୍ଭୀରକୁ ଧରି ଏକ ଟ୍ରକ୍‌କୁ ନେଉଥିଲେ। ଫେସବୁକରେ ‘ଲି କାଉଣ୍ଟି ସରିଫସ ଅଫିସ’ ଆକାଉଣ୍ଟରେ ଏହି ଭିଡିଓ ପୋଷ୍ଟ କରାଯାଇଛି।

Share
Tags: Viral vedio