Categories: ଫୁରସତ

ଚଳନ୍ତା ବସ୍‌ରେ କଣ୍ଡକ୍ଟର ଯାତ୍ରୀଙ୍କ ମଧ୍ୟରେ ଘମାଘୋଟ  ଲଢ଼େଇ: ଭିଡିଓ ଦେଖିଲେ…

ବସ୍‌ ହେଉ କିମ୍ବା ଟ୍ରେନ୍‌, ଯାତ୍ରା ସମୟରେ କାହାର ଆଚରଣ ହୁଏତ ଭଲ ଲାଗି ନପାରେ। ମାତ୍ର  ବେଳେବେଳେ ଲୋକେ  ସିଟ୍‌ କିମ୍ବା ଟିକେଟ୍‌ ପରି କିଛି ଛୋଟ ଜିନିଷକୁ ନେଇ ଅଧିକ ମାତ୍ରାରେ ରାଗିଯାନ୍ତି। ଏହା ସହ ଜଡିତ ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏପରି ଦୃଶ୍ୟ ଦିଲ୍ଲୀର ଏକ ସରକାରୀ ବସ୍‌ରେ ଦେଖିବାକୁ  ମିଳିଛି।  ଯେଉଁଠାରେ କଣ୍ଡକ୍ଟର ଏବଂ ଯାତ୍ରୀଙ୍କ ମଧ୍ୟରେ ଘମାଘୋଟ  ଲଢ଼େଇ ହୋଇଛି। ଚଳନ୍ତା ବସ୍‌ରେ ପ୍ରଥମେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ  ହେଉଛି  ପରେ, ସେମାନେ ଗଳା ଧରାଧରି ହୋଇ ପରସ୍ପରକୁ ଠେଲାପେଲା କରୁଛନ୍ତି।   କେବଳ ଏତିକି ନୁହେଁ, ମାମଲା ଏତେ ପରିମାଣରେ ବଢ଼ିଯାଉଛି ଯେ, ପାଖରେ ଥିବା ଲୋକେ ସେମାନଙ୍କୁ ଅଟକାଇଲେ ମଧ୍ୟ ସେମାନେ ଅଟକୁ ନାହାନ୍ତି।
ଏହି ଝଗଡ଼ାରେ  ଅନ୍ୟ ଜଣେ ଯାତ୍ରୀ ଆହତ ହୋଇଛନ୍ତି।
ଭାଇରାଲ କ୍ଲିପ୍‌(@gharkekalesh) ନାମକ ଏକ ଆକାଉଣ୍ଟରୁ  Xରେ ପୋଷ୍ଟ କରାଯାଇଛି । କ୍ୟାପଶନରେ ଲେଖା ଅଛି – ସରକାରୀ ବସ୍‌ରେ ବସ୍‌ କଣ୍ଡକ୍ଟର ଏବଂ ଯାତ୍ରୀଙ୍କ ମଧ୍ୟରେ ବିବାଦ। ଏହି ଭିଡିଓ ଦେଖି  ଅନେକ ଲୋକେ ଅନେକ କିଛିପଚାରୁଛନ୍ତି।

Share