Difficult to explain. The trust gained through pure love 💕 pic.twitter.com/61NFsSBRLS
— Susanta Nanda (@susantananda3) August 3, 2023
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହେଉଛି ଯାହା ଅନେକ ସମୟରେ ୟାଶ୍ଚର୍ଯ୍ୟ କରିଦେଲା ଭଳି ମନେ ହୁଏ। ନିକଟରେ (ଆଇଏଫ୍ଏସ୍)ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଏପରି ଏକ ଭିଡିଓ ଶେୟାର କରିଛନ୍ତି।
ଭିଡିଓରେ ଅହିରାଜ (କିଂ କୋବ୍ରା) ଫଣା ମେଲାଇ ଏକ ଗାଈ ଆଗରେ ଛିଡା ହୋଇଛି। ଦୁହେଁ ଦୁହିଁକୁ ଚାହୁଁଛନ୍ତି। ହଠାତ୍ ଗାଈ ସାପକୁ ଚାଟିବାକୁ ଲାଗୁଛି। ଏ ପରି ଦୁର୍ଲଭ ଦୃଶ୍ୟ ଦେଖି ଅନେକ ୟୁଜର୍ସ କମେଣ୍ଟ କରୁଥିବା ବେଳେ ଜଣେ ଲେଖିଛନ୍ତି। ନନ୍ଦୀ ନାଗ୍ ଦେବତାଙ୍କ ପ୍ରେମରେ। ୧୭ ସେକେଣ୍ଡର ଏହି ଭିଡିଓ ଭଲ ଭ୍ୟୁ ଯାଇଛି।