Categories: ଫୁରସତ

ଟ୍ରେନ୍‌ରେ ଯୁବତୀଙ୍କୁ ନାଚୁଥିବା ଦେଖି ଖାକିପୋଷାକରେ ଥିବା ଭୁଲିଗଲେ  ପୋଲିସ ବାବୁ , ପରେ ଯାହା କଲେ…

ବର୍ତ୍ତମାନ ସମସ୍ତେ ରିଲ୍‌ ନିଶାରେ ପାଗଳ। ଆଜିର ଯୁବପିଢ଼ି ରିଲ୍‌ ପାଇଁ  ଯେକୌଣସି ସ୍ଥାନକୁ ବାଛି ଦେଉଛନ୍ତି। ତାହା ବିପଦପୂର୍ଣ୍ଣ ସ୍ଥାନ ହେଉ ଅବା ଦିଲ୍ଲୀ ମେଟ୍ରୋ ଟ୍ରେନ୍‌ ସବୁଠି ରିଲ୍‌ର ଝଲକ ଦେଖିବାକୁ ମିଳୁଛି। ତେବେ ବର୍ତ୍ତମାନ ଏକ ଲୋକାଲ ଟ୍ରେନ୍‌ର ଭିଡିଓ ଭାଇରାଲ ହେଉଛି।
ଭିଡିଓରେ  ଜଣେ ଯୁବତୀଙ୍କୁ ଟ୍ରେନ୍‌ରେ ନାଚୁଥିବା ଦେଖିବାକୁ  ମିଳୁଛି।  ଯୁବତୀ ଜଣଙ୍କ  ଯେଉଁ ସମୟରେ ଅନୁଭବ କଲେ ତାଙ୍କ ପଛରେ ପୋଲିସ ଛିଡା ହୋଇଛି। ସେ ଦ୍ୱିଧାବୋଧ କରିବାକୁ ଲାଗିଲେ । ମତ୍ର  କିଛି କ୍ଷଣ ପରେ ସେ ନାଚିବା ଆରମ୍ଭ କଲେ ।
ପରବର୍ତ୍ତୀ ମୁହୂର୍ତ୍ତରେ ପୋଲିସ  ଜଣଙ୍କ ଖାକି ପୋଷାକରେ ଥିବା ଭୁଲିଯାଇ ନାଚିବାକୁ ଲାଗିଲେ। ଏହି ଭିଡିଓ ଭାଇରାଲ ପରେ ଅନେକ ୟୁଜର୍ସ ପ୍ରତିକ୍ରିୟା ଦେଇଛନ୍ତି। କେତେଜଣ କହିଛନ୍ତି, ଯେଉଁମାନେ ଏପରି ଲୋକଙ୍କୁ ଅଟକାଇବା ଆବଶ୍ୟକ  ସେମାନେ ନିଜେ ନାଚୁଛନ୍ତି ।
ଡିସେମ୍ବର ୮ରେ ଏକ୍ସରେ @Vivekspeaks_ନାମକ ଆକାଉଣ୍ଟରୁ  ଏହି ଭିଡିଓ ପୋଷ୍ଟ କରାଯାଇଛି।

 

Share