ଏମିତି କ’ଣ କହିଲେ କି’ ରୋହିତ ଶର୍ମା, ହସ ରୋକିପାରିଲେ ନାହିଁ ଶ୍ରେୟସ

ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ଜର୍ସି ସଂଖ୍ୟା ୪୫। ଯେତେବେଳେ ସେ ମଇଦାନକୁ ଓହ୍ଲାନ୍ତି ଚୌକା ଛକା ବର୍ଷା ହୁଏ। ଏ ନେଇ ସୋସିଆଲ ମିଡିଆରେ  କେହି ଜଣେ କହିଥିଲେ ଯେ, ତାଙ୍କ ଜର୍ସି ନମ୍ବର ୪-୬ ଅର୍ଥାତ ୪୬କୁ ପରିବର୍ତ୍ତନ କରାଯିବା ଦରକାର।
ରୋହିତଙ୍କ ନେତୃତ୍ୱଧୀନ ଟିମ୍‌ ଇଣ୍ଡିଆ ବିଶ୍ୱକପ୍‌ ୨୦୨୩ରେ ଏପର୍ଯ୍ୟନ୍ତ କୌଣସି ମ୍ୟାଚ ହାରିନାହିଁ। ୧୦ଟି ମ୍ୟାଚ ଜିତି ଭାରତ ଏବେ ଫାଇନାଲରେ ପହଞ୍ଚିଛି।  ଫାଇନାଲ ମ୍ୟାଚ ନଭେମ୍ବର ୧୯ ତାରିଖରେ ଖେଳାଯିବ।
ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ କ୍ଲିପ୍‌ ଭାଇରାଲ ହେଉଛି। ଏଥିରେ ପୁରା ଭାରତୀୟ କ୍ରିକେଟ୍‌ ଟିମ୍‌  ବସ୍‌ରେ ଯାତ୍ରା କରୁଥିବା ଦେଖିବାକୁ  ମିଳୁଛି।  ଏଭଳି ପରିସ୍ଥିତିରେ କେହି ଜଣେ ସେମାନଙ୍କର ଭିଡିଓ କରୁଛନ୍ତି।
ଏହି ଭାଇରାଲ କ୍ଲିପ୍‌ରେ  ପ୍ରଥମେ ଫୋନରେ ବ୍ୟସ୍ତ ଥିବା ବିରାଟ କୋହଲିଙ୍କୁ ଦେଖିବାକୁ ମିଳୁଛି। ପରେ ରୋହିତ ଶର୍ମା ଏବଂ ଶ୍ରେୟସ ଆୟରଙ୍କ ଉପରେ କିଛି ସମୟ ପାଇଁ କ୍ୟାମେରା ପଡ଼ୁଛି।  ଭିଡିଓ ତିଆରି କରୁଥିବା ବ୍ୟକ୍ତିଙ୍କୁ ରୋହିତ କିଛି କହୁଥିବା ଜଣାପଡ଼ିଛି।  ବସ୍‌ର ଗ୍ଲାସ ବନ୍ଦ ହୋଇ ଯାଇଥିବାରୁ  କୌଣସି ଶବ୍ଦ ଆସୁନାହିଁ। ହେଲେ ତାଙ୍କ କଥାରେ  ଶ୍ରେୟସ  ହସିବାରେ ଲାଗଛନ୍ତି। ବର୍ତ୍ତମାନ ଏହି ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି।  ଅନେକ ୟୁଜର୍ସ ମଧ୍ୟ ଏହାକୁ ଉପଭୋଗ କରୁଛନ୍ତି।

Share