Categories: ଫୁରସତ

ଅନଲାଇନ୍‌ରେ ମଗାଇଥିଲେ ସାମଗ୍ରୀ, ପାର୍ସଲରୁ ବାହାରିଲା ବିଷଧର ନାଗ; ଭିଡିଓ ଦେଖିଲେ…

‘ଆମାଜନ’ରେ ମଗାଇଥିଲେ ସାମଗ୍ରୀ। ହେଲେ ପାର୍ସଲ ଖୋଲିବା ବେଳକୁ ଉଡିଗଲା ହୋସ। କାରଣ ସେଥିରୁ ଅନ୍ୟ ସାମଗ୍ରୀ ନୁହେଁ ବରଂ ଏକ ଜିଅନ୍ତା ସାପ ବାହାରିଥିଲା। ଏଭଳି ଏକ ଚକିତ କଲା ଭଳି ଘଟଣା ବାଙ୍ଗାଲୁରୁରୁ ଆସିଛି। ଏଠାରେ ଏକ ପରିବାର ଆମାଜନରୁ ଏକ ଏକ୍ସବକ୍ସ କଣ୍ଟ୍ରୋଲର ଅର୍ଡର କରିଥିଲା। ହେଲେ ମିଳିଥିବା ପ୍ୟାକେଟ୍‌ ଖୋଲିବା ପରେ ସେଥିରେ ବିଷଧର ସାପ ମିଳିଥିଲା। ପୁରା ଘଟଣା ସେ କ୍ୟାମେରାରେ କଏଦ କରିଥିଲେ। ତେବେ ସାପଟି ନାଜା ପ୍ରଜାତିର କୋବ୍ରା ବୋଲି ଜଣାପଡ଼ିଛି।
କ୍ୟାମେରାରେ ଘଟଣାର ପ୍ରତ୍ୟକ୍ଷଦର୍ଶୀ ଥିଲେ ହେଁ କମ୍ପାନୀର ଅବହେଳା ଯୋଗୁ ଡେଲିଭରିର ଦୁଇ ଘଣ୍ଟାରୁ ଅଧିକ ସମୟ ଯାଏ ଅପେକ୍ଷା କରିବାକୁ ପଡ଼ିଥିଲା। ଏଣୁ ଗ୍ରାହକ ଏକାକି ଏଭଳି ସ୍ଥିତିର ସମ୍ମୁଖୀନ ହୋଇଥିଲେ। ସାପଟି ପାର୍ସଲ ସହ ଲାଗି ରହିଥିବା ଯୋଗୁ ଘର କିମ୍ବା ଆପାର୍ଟମେଣ୍ଟରେ କାହାରି କ୍ଷତି କରି ନ ଥିଲା।
ଖବର ଲେଖାଯିବା ଯାଏ ପାର୍ସଲ ମଗାଇଥିବା ମହିଳାଙ୍କୁ ଟଙ୍କା ଫେରସ୍ତ ମିଳି ସାରିଛି। ହେଲେ ଏଭଳି ଭାବେ ଜୀବନ ବିପଦରେ ପକାଇବା ବଦଳରେ କ’ଣ ଏହା ହିଁ ଯଥେଷ୍ଟ ବୋଲି ସେ ପ୍ରଶ୍ନ କରିଛନ୍ତି। ଏହା ସ୍ପଷ୍ଟ ଭାବେ ଏକ ସୁରକ୍ଷା ଉଲ୍ଲଂଘନ, ଯାହାକି କମ୍ପାନୀର ଅବହେଳା ଏବଂ ଖରାପ ପରିବହନ ବ୍ୟବସ୍ଥା/ଗୋଦାମର ସ୍ବଚ୍ଛତାକୁ ଦର୍ଶାଉଛି ବୋଲି ସେ କହିଛନ୍ତି।
ଦେଖନ୍ତୁ ଭିଡିଓ:

Share