Categories: ଜାତୀୟ

ବିଚାର ବିଭାଗୀୟ ହାଜତକୁ ଗଲେ ଗାଳି ଦେଉଥିବା ମହିଳା

ନୋଏଡା,୨୧ ।୮: ଉତ୍ତର ପ୍ରଦେଶର ନୋଏଡାରେ ଗାର୍ଡଙ୍କୁ ଗାଳି ଦେଉଥିବା ମହିଳା ଭବ୍ୟା ରାୟଙ୍କୁ କୋର୍ଟ ୧୪ ଦିନିଆ ଜୁଡିସିଆଲ କଷ୍ଟୋଡିକୁ ପଠାଇ ଦେଇଛନ୍ତି । ଭବ୍ୟା ପେଶାରେ ଜଣେ ଓକିଲ । ଯେତେବେଳେ ପୋଲିସ ତାଙ୍କୁ ହାଜତକୁ ନେଲା ସେତେବେଳେ ସେ ସାମନ୍ୟ ହସୁଥିବା ସହ ଖବରଦାତାଙ୍କ ପ୍ରଶ୍ନର କୌଣସି ଉତ୍ତର ଦେଇ ନ ଥିଲେ । ପୋଲିସ ଭବ୍ୟାଙ୍କ ବିରୋଧରେ ଆଇପିସି ଧାରା ୩୨୩, ୫୦୪, ୫୦୬ ଆଧାରରେ ମାମଲା ରୁଜୁ କରିଛି । ଏହି ମାମଲାକୁ ନେଇ ସୋସାଇଟିର ଲୋକେ କହିଛନ୍ତି ଆମକୁ ବି ଡର ଲାଗୁଛି ଏଭଳି ବ୍ୟବହାର ଆଦୌ ଠିକ ନୁହେଁ ।
ସୂଚନାଯୋଗ୍ୟ, ଭିଡିଓ କରିଥିବା ଗାର୍ଡ କରନ ଚୌଧୁରୀ କହିଛନ୍ତି, ସୋସାଇଟି ଗାର୍ଡ ଗେଟ ଖୋଲିବାକୁ ସାମାନ୍ୟ ବିଳମ୍ବ କରି ଦେଇଥିଲେ । ଭବ୍ୟା ରାୟ ପାର୍କିଂରୁ ଗାଡି ବାହାର କରୁଥିବା ବେଳେ ବିଳମ୍ବ ହେବାରୁ ସେ ଗାଳି ଦେବା ଆରମ୍ଭ କରି ଦେଇଥିଲେ । ଏହି ସମୟର ଭିଡିଓ ଭାଇରାଲ ହେବା ପରେ ଏବେ ଏହା ଚର୍ଚ୍ଚାର ପରିସରକୁ ଆସିଯାଇଛି ।

Share