ବେଙ୍ଗାଲୁରୁ,୨୨।୧୦: ସୋମପୁରା ସରଜପୁର ସବ୍-ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ପାର୍କିଂରେ ଥିବା ଏକ ବିଏମ୍ଡବ୍ଲ୍ୟୁ କାରରୁ ଚୋରି ହୋଇଛି। ଏହାର ଏକ ଭିଡିଓ ସିସିଟିଭିରେ କଏଦ୍ ହୋଇଛି। ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ସୂଚନାଯୋଗ୍ୟ, ବାଇକ୍ରେ ୨ ଯୁବକ ସବ୍-ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ ସମ୍ମୁଖକୁ ଆସିଥିଲେ। ସେଠାରେ ଜଣେ ବାଇକ୍ ବୁଲାଇ ଛିଡା ହୋଇଥିବା ବେଳେ ଅନ୍ୟଜଣେ ପାର୍କିଂ ହୋଇଥିବା ବିଏମଡବ୍ଲ୍ୟୁ କାରର କାଚ ଭାଙ୍ଗି ଦନ ଦ୍ୱିପ୍ରହରରେ ଲୋକଙ୍କ ସମ୍ମୁଖରୁ ୧୩.୭୫ ଲକ୍ଷ ଟଙ୍କା ନେଇ ପଳାଇ ଯାଇଥିଲେ। ତେବେ ଏହି ଘଟଣାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି।
ଏହି କାରଟି ଅନେକାଲର କାସାବ ନିବାସୀ ମୋହନ ବାବୁଙ୍କର ଥିଲା, ଯିଏ ମୁଥାଗାଟୀ ଗ୍ରାମରେ ଏକ ଜମି ପଞ୍ଜୀକୃତ ପାଇଁ ଜଣେ ବନ୍ଧୁଙ୍କଠାରୁ ୫ ଲକ୍ଷ ଟଙ୍କା ଟଙ୍କା ଆଣିଲେ। ମୋହନ ବାବୁ ଏବଂ ତାଙ୍କ ସମ୍ପର୍କୀୟ ରମେଶ ଦିନ ୧ଟା ୩୦ ସମୟରେ ସବ-ରେଜିଷ୍ଟ୍ରାର ଅଫିସ ନିକଟରେ ଥିବା ଗିରିୟସ ଆଉଟଲେଟ ନିକଟରେ କାର ପାର୍କିଂ କରିଥିଲେ। ୨ଟା ୩୦ରେ ଫେରିବା ପରେ ମୋହନ କାରର ଗ୍ଲାସ ଭାଙ୍ଗିଥିବା ଏବଂ ନଗଦ ଟଙ୍କା ଚୋରି ହୋଇଥିବା ଦେଖିଲେ ।