Categories: ଜାତୀୟ

ନାଗ ସାପ ସହ ଷ୍ଟଣ୍ଟ ଭାରି ପଡ଼ିଲା

କର୍ନାଟକ,୧୭।୩: ୩ ନାଗ ସାପ ସହ ଷ୍ଟଣ୍ଟ କରିବା ମହଙ୍ଗା ପଡ଼ିଛି କର୍ନାଟକର ଜଣେ ଯୁବକଙ୍କୁ। ସାପଙ୍କୁ ପସନ୍ଦ କରୁଥିବା ମାଜ ସାୟେଦ ନାମକ ଜଣେ ଯୁବକ ୩ ନାଗ ସାପଙ୍କ ସହ ଖେଳୁଥିବା ବେଳର ଭିଡିଓ କରୁଥିଲେ। ଭାଇରାଲ ଭିଡିଓରେ ସେ ସାପଙ୍କ ଲାଞ୍ଜ ଟାଣିବା ସହ ଗୋଡ଼ ହଲାଉଥିଲେ। କିନ୍ତୁ ହଠାତ୍‌ ଏକ ନାଗ ସାପ ତାଙ୍କ ଆଣ୍ଠୁକୁ କାମୁଡ଼ି ଦେଇଥିବା ଭିଡିଓରେ ଦେଖିବାକୁ ମିଳୁଛି।

ତେବେ ସାୟେଦ ପ୍ରଥମ ଥର ପାଇଁ ସାପଙ୍କ ସହ ଏଭଳି ଷ୍ଟଣ୍ଟ କରୁ ନ ଥିଲେ। ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ଏଭଳି ଭିଡିଓ ଭରି ରହିଛି। ତାଙ୍କର ସବୁଠୁ ଅନ୍ତିମ ଭିଡିଓରେ ଦୁର୍ଭାଗ୍ୟଜନକ ଘଟଣା ଘଟିଛି। ଉକ୍ତ ଭିଡିଓକୁ ଟୁଇଟରରେ ଶେୟାର କରି ଭାରତୀୟ ଜଙ୍ଗଲ ସର୍ଭିସ ଅଧିକାରୀ ସୁଶାନ୍ତ ନନ୍ଦ ସାପ ଧରାଳିଙ୍କୁ ସମାଲୋଚନା କରିଛନ୍ତି। ଘଟଣା ପରେ ସାୟେଦଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡ଼ିଛି।

Share