Viral-Video: ୧୬ ଦିନ ଧରି କଞ୍ଚା ଚିକେନ ଖାଉଛନ୍ତି ବ୍ୟକ୍ତି, କାରଣ ଜାଣନ୍ତୁ…

ଦୁନିଆରେ ଅଜବ କାର୍ଯ୍ୟ କରୁଥିବା ଲୋକମାନଙ୍କର ଅଭାବ ନାହିଁ। ବେଳେବେଳେ ପରୀକ୍ଷଣ କରିବାକୁ ଏବଂ ବେଳେବେଳେ ପ୍ରସିଦ୍ଧ ହେବାକୁ, ଲୋକମାନେ ଏପରି କିଛି କରିବା ଆରମ୍ଭ କରନ୍ତି ଯାହାକୁ କୌଣସି ପ୍ରକାରେ ସାଧାରଣ କାର୍ଯ୍ୟ ବୋଲି କୁହାଯାଇପାରିବ ନାହିଁ। ଜଣେ ବ୍ୟକ୍ତି ଏବେ ଏଭଳି କରୁଛନ୍ତି। ସେ ଗତ ୧୭ ଦିନ ଧରି କଞ୍ଚା ଚିକେନ ଖାଉଛନ୍ତି। ସେ କହିଛନ୍ତି ପେଟରେ ଯନ୍ତ୍ରଣା ନ ହେବା କିମ୍ବା ଅସୁସ୍ଥ ନ ହେବା ପର୍ଯ୍ୟନ୍ତ ସେ କଞ୍ଚା ଚିକେନ ଖାଇବାର ଏହି ପରୀକ୍ଷଣ ଜାରି ରଖିବେ।

ଏକ ରିପୋର୍ଟରେ କୁହାଯାଇଛି ଏହି ବ୍ୟକ୍ତିଙ୍କ ନାମ ଜନ। କେବଳ ଏତିକି ନୁହେଁ, ସେ ଇନଷ୍ଟାଗ୍ରାମରେ କଞ୍ଚା ଚିକେନ ଖାଇବାର ଭିଡିଓ ମଧ୍ୟ ଅପଲୋଡ କରିଛନ୍ତି। ସେ ଏହାର ନାମ ରଖିଛନ୍ତି ‘କଞ୍ଚା ଚିକେନ ପରୀକ୍ଷଣ’। ଭିଡିଓରେ ସେ କଞ୍ଚା ଚିକେନ ସହିତ ଜୁସ୍‌ ପିଇବା ସହିତ କଞ୍ଚା ଅଣ୍ଡା ଖାଉଥିବା ନଜର ଆସିଛନ୍ତି।

ବ୍ୟକ୍ତି ଜଣକ କହିଛନ୍ତି କ ସେ କିଛି ନୂଆ ଏବଂ ଅଲଗା କରିବାକୁ ପସନ୍ଦ କରନ୍ତି । ଯେତେବେଳେ ଲୋକମାନେ ତାଙ୍କୁ କୌଣସି କାମ ନ କରିବାକୁ କୁହନ୍ତି, ସେହି କାମ ପ୍ରତି ତାଙ୍କର ଆଗ୍ରହ ବଢ଼ିଯାଇଥାଏ। ୧୭ତମ ଦିନରେ କରାଯାଇଥିବା ପୋଷ୍ଟରେ ସେ ତାଙ୍କ ମତକୁ ହାସ୍ୟାସ୍ପଦ କହୁଥିବାର ନଜର ଆସିଛନ୍ତି।

ବ୍ୟକ୍ତି କହିଛନ୍ତି ପରୀକ୍ଷଣର ୧୭ ତମ ଦିନରେ ପହଞ୍ଚିବା ହେଉଛି ପାଗଳାମି। ଏପର୍ଯ୍ୟନ୍ତ ମୋର ସମସ୍ତ ମଳ ଠିକ ହେଉଛି। ମୁଁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସମସ୍ୟାର ସମ୍ମୁଖୀନ ହୋଇନାହିଁ।

ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରି ଜନ ଲେଖିଛନ୍ତି, ମୁଁ ଆଜି ସମୁଦ୍ର କୂଳରେ ବୁଲିବା ସମୟରେ ମୋର ଭୋଜନ କରିବାକୁ ନିଷ୍ପତ୍ତି ନେଇଛି। ସୋସିଆଲ ମିଡିଆ ୟୁଜରମାନେ ଏହି ଆଚରଣ ଏବଂ ଅଦ୍ଭୁତ ଚ୍ୟାଲେଞ୍ଜର ଭିଡିଓ ଉପରେ ବିଭିନ୍ନ ମନ୍ତବ୍ୟ ଦେଉଛନ୍ତି।

 

 

Share