Categories: ଫୁରସତ

ଫ୍ଲାଇଟ୍‌ ଅପେକ୍ଷାରେ ୪୦ ବର୍ଷ ହେଲା ଏୟାରପୋର୍ଟରେ ଶୋଇଛନ୍ତି ବ୍ୟକ୍ତି, ଭାଇରାଲ ହେଉଛି ଭିଡିଓ

ବିମାନ ବନ୍ଦରରେ ପହଞ୍ଚିବା ପରେ, ଯଦି ଆପଣ ଜାଣିବେ ଯେ ବିମାନଟି କିଛି ଘଣ୍ଟା ବିଳମ୍ବ ଅଛି। ତା’ହେଲେ ଆପଣ ବିମାନକୁ ଅପେକ୍ଷା କରି ବସି ରହନ୍ତି ନଚେତ୍‌ ବସି ବସି ଶୋଇଯାନ୍ତି। ଫ୍ଲୋରିଡାର ଅର୍ଲାଣ୍ଡୋ ଜାତୀୟ ବିମାନବନ୍ଦରରେ ଜଣେ ବ୍ୟକ୍ତି ସମାନ କାମ କରିଛନ୍ତି। ବିମାନକୁ ଅପେକ୍ଷା କରି ସେ ତାଙ୍କ ବ୍ୟାଗ ଉପରେ ହାତ ଦେଇ ଶୋଇଯାଇଛନ୍ତି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ବ୍ୟକ୍ତି ଜଣଙ୍କ ପ୍ରାୟ ୪୦ ବର୍ଷ ହେଲା ଶୋଇଛନ୍ତି। ହେଲେ ଏହା କିପରି ସମ୍ଭବ, ଜଣେ ବ୍ୟକ୍ତି ୪୦ ବର୍ଷ ହେଲା କିଭଳି ଶୋଇ ପାରିବ? ଆପଣ ହୁଏତ ଭାବୁଥିବେ ଯେ ଏହା ଅନ୍ୟ କିଛି, କାରଣ ଜଣେ ବ୍ୟକ୍ତି ୪୦ ବର୍ଷ ହେଲା ସମାନ ସ୍ଥାନରେ ଶୋଇବା ସମ୍ଭବ ନୁହେଁ, କେବଳ ଗୋଟିଏ ପ୍ରତିମାକୁ ଗୋଟିଏ ସ୍ଥାନରେ ଏତେ ଦିନ ପର୍ଯ୍ୟନ୍ତ ରଖାଯାଇପାରିବ। ଯଦି ଆପଣ ଏହିପରି ଚିନ୍ତା କରୁଛନ୍ତି, ତେବେ ଆପଣ ସମ୍ପୂର୍ଣ୍ଣ ଠିକ୍‌ । ବିମାନକୁ ଅପେକ୍ଷା କରୁଥିବା ସମୟରେ ବିମାନବନ୍ଦରରେ ଶୋଇଥିବା ବ୍ୟକ୍ତି ପ୍ରକୃତରେ ଏକ ହାଇପର ବାସ୍ତବବାଦୀ ପ୍ରତିମୂର୍ତ୍ତି।

ଏହି ପ୍ରତିମୂର୍ତ୍ତିର ଏକ ଭିଡିଓ ହେଇଟସନଭା ନାମକ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଶେୟାର କରାଯାଇଛି, ଯାହା ଇଣ୍ଟରନେଟରେ ଭାଇରାଲ ହେଉଛି। ଭିଡିଓ ପୋଷ୍ଟ କରିବାର ମାତ୍ର ଏକ ସପ୍ତାହ ମଧ୍ୟରେ ଏହାକୁ ୬.୭ ନିୟୁତ ଇନଷ୍ଟାଗ୍ରାମ ୟୁଜର୍ସ ଦେଖିସାରିଲେଣି। ବିଶେଷ କଥା ହେଉଛି ଅନେକ ଉପଭୋକ୍ତା ତଥାପି ଭିଡିଓରେ ଦେଖାଯାଇଥିବା ବ୍ୟକ୍ତିଙ୍କୁ ବାସ୍ତବ ବୋଲି ଭାବୁଛନ୍ତି। ଏ ପୂରା ଦ୍ୱନ୍ଦ ଏଥିପାଇଁ ଯେ ଅର୍ଲାଣ୍ଡୋ ଜାତୀୟ ବିମାନବନ୍ଦରରେ ରଖାଯାଇଥିବା ଏହି ପ୍ରତିମୂର୍ତ୍ତି ସମ୍ପୂର୍ଣ୍ଣ ବାସ୍ତବ ଦେଖାଯାଉଛି। ଦ ଟ୍ରାଭେଲର୍‌ ନାମକ ଏହି ପ୍ରତିମୂର୍ତ୍ତିକୁ ବିମାନବନ୍ଦରରେ କାଚ ମଧ୍ୟlରେ ରଖାଯାଇଛି । ଅର୍ଲାଣ୍ଡୋ ଜାତୀୟ ବିମାନବନ୍ଦର ୧୯୮୬ରେ କଳାକାର ଡୁଏନ ହାନସନଙ୍କଠାରୁ ଏହି ପ୍ରତିମୂର୍ତ୍ତି କ୍ରୟ କରିଥିଲା । ବିମାନବନ୍ଦରର ପୂର୍ବ ଏବଂ ପଶ୍ଚିମ ସୁରକ୍ଷା ପ୍ଲାଣ୍ଟ ମଧ୍ୟରେ ଟର୍ମିନାଲ ଏ ନିକଟରେ ଆପଣ ଏହି ପ୍ରତିମୂର୍ତ୍ତିକୁ ଦେଖିପାରିବେ ।

 

Share