Categories: ଫୁରସତ

ପାଣି ପିଇବାକୁ ସାହାଯ୍ୟ ମାଗିଲା ସିମ୍ପାଜୀ, ଆଉ ତା’ପରେ ଯାହା ଘଟିଲା ସହଜେ ବିଶ୍ୱାସ କରିବା କଷ୍ଟକର

ଆଜିକାଲି ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ଭାଇରାଲ ହୁଏ, ଯାହା ଲୋକଙ୍କ ମନୋରଞ୍ଜନ କରେ। ନିକଟରେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓଟି କେବେଳ ମନୋରଞ୍ଜନ କରିନାହିଁ ବରଂ ଏହା ଲୋକଙ୍କୁ କିଛି ଶିକ୍ଷା ମଧ୍ୟ ଦେଇଛି। ସାଧାରଣତଃ ପଶୁମାନଙ୍କୁ ପାଖକୁ ଯିବାକୁ ମଣିଷ ଭୟ କରିଥାଏ। କିନ୍ତୁ ଇନଷ୍ଟାଗ୍ରାମରେ ଭାଇରାଲ ଏକ ସିମ୍ପାଞ୍ଜିର ଭିଡିଓ ଲୋକଙ୍କୁ ଭାବପ୍ରବଣ କରୁଛି। ଆଫ୍ରିକାର କାମେରୁନରେ ଫରାସୀ ଫଟୋଗ୍ରାଫର ଜେସି ପିରିଙ୍କ ଦ୍ୱାରା ଏହି ଭିଡିଓ ଶୁଟ କରାଯାଇଛି। ଭିଡିଓରେ ଏକ ସିମ୍ପାଜୀ ପାଣି ଗାତ ନିକଟରେ ବସିଛି ଏବଂ ସେଠାରେ ଯାଉଥିବା ପିରିଙ୍କୁ ଡାକେ। ତାଙ୍କ ଦୁଇ ହାତ ଧରି ସିମ୍ପାଞ୍ଜି ଗାତରୁ ପାଣି ବାହାର କରି ପିଇଥାଏ। ଦୁଇରୁ ତିନିଥର ପାଣି ପିଇବା ପରେ ଏମିତି କିଛି ଯାହା ସହଜେ ବିଶ୍ୱାସ କରିବା କଷ୍ଟକର। ସିମ୍ପାଜୀ ପାଣି ସାହାଯ୍ୟରେ ପିରିିଙ୍କ ହାତ ସଫା କରିବା ଆରମ୍ଭ କରେ। ତାଙ୍କର ଗୋଟିଏ ହାତ ଧୋଇବା ପରେ ଦ୍ୱିତୀୟ ହାତକୁ ମଧ୍ୟ ଭଲ ଭାବେ ଧୁଏ ସିମ୍ପାଜୀ।
ଜେସିପିରିଙ୍କ ଆକାଉଣ୍ଟରୁ ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଥିବା ଏହି ଭିଡିଓର କ୍ୟାପସନ ହେଉଛି, ‘ଏହା ଏକ ଅବାସ୍ତବ ଦୃଶ୍ୟ’। ଭିଡିଓ ଦେଖିବା ପରେ ପ୍ରକୃତରେ ବିଶ୍ୱାସ କରିବା କଷ୍ଟକର। ବନ୍ୟପ୍ରାଣୀ ଫଟୋଗ୍ରାଫର ଜେସି ପିରି ମଧ୍ୟ ଶେଷ ପର୍ଯ୍ୟନ୍ତ ଭିଡିଓ ଦେଖିବା ପାଇଁ ନିବେଦନ କରିଛନ୍ତି।
ଏପର୍ଯ୍ୟନ୍ତ ଏହି ଭିଡିଓରେ ୬.୫ ଲକ୍ଷରୁ ଅଧିକ ଲାଇକ ପାଇଛି ଏବଂ ୭ ହଜାରରୁ ଅଧିକ ଲୋକ କମେଣ୍ଟ ଦେଇଛନ୍ତି। ଅଧିକାଂଶ ୟୁଜର୍ସ କହିଛନ୍ତି ଯେ, ମଣିଷ ପଶୁମାନଙ୍କଠାରୁ ଶିଖିବା ଉଚିତ୍‌।

Share