ଶିଶୁ କନ୍ୟାକୁ ଟେକିଦେଲେ ସେନା ହାତରେ

କାବୁଲ,୧୯।୮ : ତାଲିବାନ୍‌ ଆତଙ୍କବାଦୀ ସଂଗଠନ ଆଫାଗାନିସ୍ତାନକୁ କବ୍‌ଜା କରି ନେବା ପରଠାରୁ ପ୍ରତ୍ୟେକ ଦିନ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ହୃଦୟ ବିଦାରକ ଦୃଶ୍ୟ। ଜଣେ ମହିଳା ବିମାନ ବନ୍ଦର ସୁଉଚ୍ଚ କାନ୍ଥରେ ଚଢ଼ି ଅପର ପକ୍ଷେରେ ଥିବା ଆମେରିକୀୟ ସେନାଙ୍କ ହାତକୁ ନିଜର କୁନି ଝିଅକୁ ଟେକି ଦେଉଥିବା ଭିଡିଓ ସାମ୍ନାକୁ ଆସିଛି।

ତେବେ ସମ୍ପୃକ୍ତ ଶିଶୁ କନ୍ୟାଙ୍କୁ ପରିବାର ନିକଟକୁ ପଠାଇ ଦିଆଯାଇଛି କିମ୍ବା ଆଫଗାନିସ୍ତାନରୁ ବାହାରକୁ ନିଆଯାଇଛି, ସେ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ।

ତାଲିବାନ୍‌ ଆସିବା ପରେ କାବୁଲ ବିମାନ ବନ୍ଦର ବାହାରେ ଜନ ସମୁଦ୍ର ଭଳି ଦୃଶ୍ୟ ଦେଖିବାକୁ ମିଳୁଛି। ସ୍ଥିତି ଏଭଳି ଯେ, ଲୋକଙ୍କୁ ନିୟନ୍ତ୍ରଣରେ ରଖିବା ଲାଗି ତାଲିବାନ ସଦସ୍ୟ ଖୋଲା ଗୁଳି ଚଳାଉଛନ୍ତି।

Share