Advertisement

ବିବାହ ଉତ୍ସବରେ ନାଚୁଥିବା ଯୁବତୀଙ୍କୁ ଗୋଇଠା ମାଡ: ଭାଇରାଲ ହେଉଛି ଭିଡିଓ

ଇସ୍‌ଲାମାବାଦ,୩୦।୬: ପାକିସ୍ତାନରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର କମିବାର ଦେଖାଯାଉନାହିଁ। ଏବେ ସୋସିଆଲ ମିଡିଆରେ ଏମିତି ଏକ ଭିଡ଼ିଓ ଭାଇରାଲ ହେଉଛି ଯାହାକୁ ଦେଖିବା ପରେ ଏହା ସ୍ପଷ୍ଟ ହେଉଛି। ଉକ୍ତ ଭିଡିଓରେ ଏକ ବିବାହ ଉତ୍ସବରେ ଅତିଥିଙ୍କ ମନୋରଞ୍ଜନ ପାଇଁ ଜଣେ ଯୁବତୀ ନାଚୁଥିବା ବେଳେ ହଠାତ୍‌ ଜଣେ ବ୍ୟକ୍ତ ଆସି ତାଙ୍କ ଛାତିକୁ ଏକ ଶକ୍ତ ଗୋଇଠା ମାରୁଛନ୍ତି। ଫଳରେ ଯୁବତୀ ଜଣକ ଖୁବ୍‌ ଜୋରରେ କିଛିବାଟ ଛିଟିକି ଯାଇ ତଳେ ପଡି ଯାଉଥିବା ଦେଖାଯାଇଛି। ଏହି ସମୟରେ ସେଠାରେ ଥିବା ଲୋକେ ଯୁବତୀଙ୍କୁ ବଞ୍ଚାଇବାକୁ ଆଗକୁ ଚାଲି ଆସୁଥିବା ଦେଖାଯାଇଛି। ଡେଲି ମେଲରେ ପ୍ରକାଶିତ ଖବର ଅନୁସାରେ, ଏହା ଏକ ବିବାହ ଉତ୍ସବର ବୋଲି ଜଣାପଡିଛି। ତେବେ ଏହା ନିର୍ଦ୍ଦିଷ୍ଟ ଭାବେ କେଉଁ ସ୍ଥାନର ଓ ଏଥିରେ ଗୋଇଠା ମାରୁଥିବା ବ୍ୟକ୍ତି କିଏ ଓ ସେ କାହିଁକି ଗୋଇଠା ମାରିଛନ୍ତି ତାହା ସ୍ପଷ୍ଟ ହୋଇ ନାହିଁ। ପାକିସ୍ତାନ ଏକ ରୁଢିବାଦୀ ସମାଜ ହୋଇଥିବାରୁ କେତେଲୋକ କହୁଛନ୍ତି କି ଗୋଇଠା ମାରିଥିବା ବ୍ୟକ୍ତି ଜଣଙ୍କ ନୃତ୍ୟ କରୁଥିବା ଯୁବତୀଙ୍କ ଉପରେ ଖୁବ୍‌ ରାଗି ଯାଇଥିଲେ। ଆଉ କେତେଜଣ କହିଛନ୍ତି ଯୁବତୀ ଜଣକ ଅଶ୍ଳୀର ନୃତ୍ୟ କରୁଥିବାରୁ ବ୍ୟକ୍ତି ଜଣଙ୍କ ଏହାକୁ ବିରୋଧ କରୁଥିଲେ। ପାକିସ୍ତାନ ଗଣମାଧ୍ୟମର କିଛି ସ୍ଥାନରେ ମଧ୍ୟ ଉକ୍ତ ଭିଡ଼ିଓଟିକୁ ଶେୟାର କରାଯାଇଥିବା ଦେଖାଯାଇଛି। ହେଲେ ଏପର୍ଯ୍ୟନ୍ତ ଏ ସମ୍ପର୍କରେ ସଠିକ୍‌ ତଥ୍ୟ ମିଳି ନ ଥିଲେ ମଧ୍ୟ ଯୁବତୀ ଜଣକ ଅନ୍ୟ ପୁରୁଷଙ୍କ ସହ ନୃତ୍ୟ କରିବା ଅପରାଧ ବୋଲି କେତେଜଣ ମତ ରଖିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share