ହୋଇଥାଏ। ସେଥିରୁ କିଛି ହସର ଖୋରାକ ଦେବା ସହ ଶିକ୍ଷା ଦେଇଥାଏ। ଏଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତେବେ ଭିଡିଓରେ ବସରେ ଅସମ୍ଭାଳ ଭିଡ ଦେଖାଯାଇଛି। ଯାତ୍ରୀ ଏତେ ଯେ ସେମାନେ ଜୀବନକୁ ବାଜିରେ ଲଗାଇ ବସ୍ ଛାତ ଉପରେ ବସି ଯାତ୍ରା କରୁଛନ୍ତି। ବସ୍ ଡ୍ରାଇଭର ମଧ୍ୟ ତାଙ୍କ ସୁରକ୍ଷା ବିଷୟରେ ଚିନ୍ତା ନ କରି ମନଇଚ୍ଛା ଗାଡ଼ି ଚଳାଉଛନ୍ତି। କେବେକେବେ ତ ହଠାତ ବ୍ରେକ୍ ମଧ୍ୟ ଲଗାଇ ଦେଉଛନ୍ତି। ଫଳରେ ଯାତ୍ରୀମାନେ ଜଣଙ୍କ ପରେ ଜଣେ ତଳକୁ ଖସି ପଡ଼ୁଛନ୍ତି। ଏହାକୁ ନେଇ କିଛି ସମୟ ପାଇଁ ଟ୍ରାଫିକ ସମସ୍ୟା ଦେଖାଦେଉଛି। ଏହା ଅନେକଙ୍କୁ ଚକିତ କରିଛି। ଭିଡିଓଟିକୁ ଆଇପିଏସ୍ ଅଧିକାରୀ ରୁପିନ ଶର୍ମା ଶେୟାର କରି ‘ ସାବଧାନ ରୁହନ୍ତୁ, ବସ୍ ଛାତ ଉପରେ ବସି ଯାତ୍ରା କରନ୍ତୁ ନାହିଁ’ ବୋଲି କହିଛନ୍ତି। ଏହି ଦୃଶ୍ୟ ଭୟଙ୍କର। ଏଥର ସିନା ବଡ଼ ଧରଣର ଅଘଟଣ ହେଲା ନାହିଁ, ଏଭଳି କରିବା ଦ୍ୱାରା କିଛି ବି ହୋଇପାରେ ବୋଲି ମତ ରଖୁଛନ୍ତି।
Be careful..😢😢😢
Bus की छत पर सवारी न करें..😢😢 pic.twitter.com/34RkFFUGoy
— Rupin Sharma IPS (@rupin1992) July 24, 2021