Categories: ଫୁରସତ

Viral Video: ଗଣ୍ଡା-ହାତୀଙ୍କର ଭୟଙ୍କର ଲଢ଼େଇ, ଦେଖନ୍ତୁ କିଏ ଜିତିଲା

ଲୋକଙ୍କ ଧାରଣା ଯିଏ ଶକ୍ତିଶାଳୀ ଏବଂ ଚତୁର ସେ ହିଁ ଜିତିଥାଏ। ମାତ୍ର ବେଳେବେଳେ ଜୀବଟି କେତେ ଉଚ୍ଚ କିମ୍ବା ଓଜନର ତାହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହୋଇ ନ ଥାଏ। ଅନେକ ଥର ବଡ଼ ଜୀବମାନେ ଛୋଟ ପ୍ରାଣୀମାନଙ୍କ ଦ୍ୱାରା ବି ପରାସ୍ତ ହୁଅନ୍ତି। ଆଉ ବେଳେବେଳେ ଛୋଟ ପ୍ରାଣୀମାନେ ବଡ଼ ଜୀବମାନଙ୍କର ଶିକାର ହୁଅନ୍ତି। କିନ୍ତୁ ଥରେ ଭାବିଲେ ଯେତେବେଳେ ଶକ୍ତିଶାଳୀ ଜୀବମାନେ ସାମ୍ନାକୁ ଆସନ୍ତି ସେତେବେଳେ ପରିସ୍ଥିତି କ’ଣ ହେବ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ହାତୀ ଏବଂ ଗଣ୍ଡାର ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ପରସ୍ପର ସହିତ ଲଢ଼େଇ କରୁଥିବା ଦେଖିବାକୁ ମିଳିଛି।

@indianwildlifeofficial ନାମକ ଏକ ଇନ୍‌ଷ୍ଟାଗ୍ରାମ ପେଜ୍‌ରେ ଭିଡିଓଟି ଶେୟାର କରାଯାଇଛି। ଏହି ଭିଡିଓରେ ଗୋଟିଏ ଗଣ୍ଡା ତା’ର ଶିଶୁ ସହିତ ଯାଉଛି। ଠିକ୍‌ ସେତିକିବେଳେ ସେଠାକୁ ଏକ ବିରାଟ ଦନ୍ତାହାତୀ ଆସୁଛି। ତା’ ପଛରେ ଆଉ ଏକ ହାତୀ ମଧ୍ୟ ଆସୁଛି। ଏହା ଦେଖି ଗଣ୍ଡା ନିଜ ପିଲାକୁ ବଞ୍ଚାଇବାକୁ ଚେଷ୍ଟା କରୁଛି। ଏହି କାରଣରୁ ସେ ଆସି ହାତୀ ସାମ୍ନାରେ ଠିଆ ହେଉଛି। ହାତୀର ଉଚ୍ଚତା ଏବଂ ଶକ୍ତିରେ ଗଣ୍ଡାଠାରୁ ବଡ଼ ହୋଇଥିଲେ ହେଁ, ଗଣ୍ଡାର ଭୟରେ ହାତୀ ପଛକୁ ଫେରୁଥିବାର ଦେଖିବାକୁ ମିଳିଛି। ଏହି ଭିଡିଓରୁ ଆପଣ ବୁଝିପାରିବେ ଯେ ଜଣେ ମା’ ମଣିଷ ହେଉ କି ପଶୁ, ସେ ନିଜ ସନ୍ତାନକୁ ବଞ୍ଚାଇବା ପାଇଁ ଯେକୌଣସି ପରିସ୍ଥିତିକୁ ସାମ୍ନା କରିବାକୁ ପଛାନ୍ତି ନାହିଁ।

ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୧.୨ ଲକ୍ଷ ଲୋକ ଦେଖିଥିବା ବେଳେ ଅନେକ ଲୋକ ମନ୍ତବ୍ୟ ଦେଇ ନିଜର ମତାମତ ଦେଇଛନ୍ତି। ଜଣେ କହିଛନ୍ତି, ମାତାପିତା ସେମାନଙ୍କ ପିଲାମାନଙ୍କୁ ବହୁତ ଭଲ ପାଆନ୍ତି। ଆଉ ଜଣେ କହିଛନ୍ତି, ହାତୀଟି ଗଣ୍ଡାର ବଡ଼ ଶିଙ୍ଗ ଦେଖି ଭୟଭୀତ ହୋଇଥାଇପାରେ। ଅନ୍ୟ ଜଣେ କହିଛନ୍ତି, ହାତୀ ଏତେ ବୁଦ୍ଧିମାନ ଯେ, ଏହା ଜାଣିଶୁଣି ଆକ୍ରମଣ କରି ନାହିଁ। ଜଣେ କହିଛନ୍ତି, ଗଣ୍ଡା ପାଇଁ ତାଳି ହେବା ଉଚିତ।

Share