ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ କିଛି ନା କିଛି ଫଟୋ, ଭିଡିଓ ଭାଇରାଲ ହେବାରେ ଲାଗିଛି। ଠିକ୍ ସେପରି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଘୂରିବୁଲୁଛି। ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଶେୟାର ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ଶ୍ରେଣୀଗୃହରେ ପିଲାଙ୍କ ସହ ମାଙ୍କଡ ବସିଛି। ଶିକ୍ଷକ ଯାହା ପଢାଉଛନ୍ତି ତାହା ଚୁପଚାପ ଶୁଣୁଛି। ଝାଡଖଣ୍ଡର ହଜାରିବାଗର ଏହି ଘଟଣା ଏବେ ଚର୍ଚ୍ଚାରେ। ଏହି ଭିଡିଓକୁ ଦୀପକ ମହାଟୋ ଟୁଇଟ୍ରେ ଶେୟାର କରି ଲେଖିଛନ୍ତି, ବିଦ୍ୟାଳୟର ନୂଆ ଛାତ୍ର। ଭିଡିଓଟି ଶେୟାର ହେବା ମାତ୍ରେ ସୋସିଆଲ ମିଡିଆରେ ଚର୍ଚ୍ଚା ହୋଇଥିଲା।
In #Jharkhand‘s #Hazaribagh a #wild langoor attends a government school along with other students. pic.twitter.com/3ikzQ4Ja5P
— Deepak Mahato (@deepakmahato) September 15, 2022