Categories: ଫୁରସତ

Viral Video: ଚାହୁଁଥିବା ସତ୍ତ୍ୱେ ବରଙ୍କୁ ବରଣମାଳା ପିନ୍ଧାଇ ପାରିଲେନି କନ୍ୟା: ତା’ପରେ ଯାହା ଘଟିଲା, ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ଅନେକ ବିବାହ ଭିଡିଓ ଭାଇରାଲ ହୋଇଥାଏ। ନିକଟରେ ବିବାହ ବେଳର ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ କନ୍ୟା ଚାହୁଁଥିବା ସତ୍ତ୍ୱେ ବରଙ୍କୁ ବରଣମାଳା ପିନ୍ଧାଇବାକୁ ସକ୍ଷମ ନୁହଁନ୍ତି।
ଭାଇରାଲ ଭିଡିଓରେ ଦେଖିବାକୁ ମିଳେ ଯେ, ବର ଏବଂ କନ୍ୟା ବରଣମାଳା ପାଇଁ ମଞ୍ଚ ଉପରେ ଠିଆ ହୋଇଛନ୍ତି । କିନ୍ତୁ ବରର ଉଚ୍ଚତା ଅଧିକ ଥିବାରୁ କନ୍ୟା ବରଣମାଳା ପିନ୍ଧାଇ ପାରନ୍ତି ନାହିଁ। ଏଭଳି ପରିସ୍ଥିତିରେ ନିକଟରେ ଠିଆ ହୋଇଥିବା ଜଣେ ଯୁବକ ବରକୁ ନିଜ କୋଳରେ ଉଠାଇ ଥିଲେ। ପରେ କନ୍ୟା ବର ବେକରେ ପୁଷ୍ପମାଲ୍ୟ ଲଗାଇବାରେ ସକ୍ଷମ ହୋଇଥିଲେ। ସୋସିଆଲ ମିଡିଆରେ ଲୋକମାନେ ଏହି ଭିଡିଓକୁ ବହୁତ ପସନ୍ଦ କରୁଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ହ୍ୟାଣ୍ଡେଲ @ himanshuyadav1402 ସହିତ ପୋଷ୍ଟ କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୧ ମିଲିୟନରୁ ଅଧିକ ଲୋକ ଏହି ଭିଡିଓ ଦେଖିଛନ୍ତି।
ଏହି ଭିଡିଓ ଦେଖିବା ପରେ ଜଣେ ୟୁଜର୍ସ ଲେଖିଛନ୍ତି – ଯିସ୍‌କି ବିଓ୍ବି ଛୋଟି, ଉସ୍‌କା ଭି ବଡ଼ା ନାମ୍‌ ହୈ। ଅନ୍ୟ ଜଣେ ଲେଖିଛନ୍ତି, ବଡେ ମିୟାଁ, ଛୋଟ ମିୟାଁ।

Share