Posted inଫୁରସତ

ପ୍ରେମିକା ଅନ୍ୟତ୍ର ବିବାହ କଲେ ବୋଲି ରାଗିଗଲେ ପ୍ରେମିକ, ବରଯାତ୍ରୀଙ୍କ ଖାଦ୍ୟରେ ମିଶାଇଲେ ପେଟ ଖରାପ ହେବା ଔଷଧ; ପରେ ଯାହା ହେଲା…

ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ସାଧାରଣ ଘଟଣା ପାଲଟିଲାଣି। ସେଥିରୁ କିଛି ବେଶ ମଜାଦାର ହୋଇଥାଏ, ଯାହାକୁ ଦେଖିଲେ ଆଖି ଉପରେ ବିଶ୍ୱାସ କରି ହୁଏନା। ଏବେ ସେଭଳି ଏକ ଜବରଦସ୍ତ ଭିଡିଓ ଭାଇରାଲ ହେଉଛି। ବିବାହ ସମୟର ଭିଡିଓଟି ହୋଇଥିବା ବେଳେ ଏଥିରେ ବରଯାତ୍ରୀଙ୍କ ସହ ଏଭଳି କିଛି ଘଟୁଛି ଯାହା ଅନେକଙ୍କୁ ଚକିତ କରୁଛି।
ଭାଇରାଲ ଭିଡିଓରେ ବରଯାତ୍ରୀମାନେ ବିବାହ ସାରି ଫେରୁଥିବା ଦେଖାଯାଉଛି। ହେଲେ ହଠାତ୍‌ ସେମାନେ ଗାଡ଼ିରୁ ଓହ୍ଲାଇ ଏଣେତେଣେ ଦୌଡ଼ୁଛନ୍ତି। କାରଣ ସେମାନଙ୍କର ପେଟ ଖରାପ ହୋଇଯାଇଛି। ତେବେ ବିବାହ ଭୋଜିରେ କେହି ପେଟ ଖରାପ କରିବାର ଔଷଧ ମିଶାଇଦେଇଛନ୍ତିି। ଫଳସ୍ବରୂପ ସମସ୍ତେ ଗାଡ଼ି ଅଟକାଇ ଖାଲି ପଡ଼ିଆକୁ ଦୌଡ଼ୁଛନ୍ତି।
କୁହାଯାଉଛି ଯେ ଉକ୍ତ ବିବାହରେ ପ୍ରେମିକା ଅନ୍ୟ ଜଣଙ୍କର ହାତ ଧରିବାକୁ ଯାଉଥିବାରୁ ପ୍ରେମିକ ରାଗି ଯାଇ ଏଭଳି କାଣ୍ଡ ଭିଆଇଛନ୍ତି। ଚକିତ କଲା ଭଳି ଏହି ଭିଡିଓକୁ sarif_video  ନାମକ ଆକାଉଣ୍ଟରୁ ଶେୟାର କରାଯାଇଛି। ଏଥିରେ ଲୋକେ ଭଳିକି ଭଳି ପ୍ରତିକ୍ରିୟା ଦେଉଛନ୍ତି।
ଦେଖନ୍ତୁ ଭିଡିଓ:


Enter your email to get our daily news in your inbox.

All Right Reserved By Dharitri.Com

୫୦୬ ବର୍ଷ ପୁରୁଣା ମାରାତ୍ମକ ମହାମାରୀ, ରାସ୍ତା ଉପରେ ନାଚି ନାଚି ୪୦୦ ଲୋକଙ୍କର ହୋଇଥିଲା ମୃତ୍ୟୁ

ଷ୍ଟାର୍ସବର୍ଗ: ଇତିହାସରେ ଏପରି ଅନେକ ଘଟଣା ଘଟିଛି ଯାହା ଆଜି ବି ଲୋକମାନେ ମନେ ପକାଇ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଆଜି ଆମେ ଏପରି ଏକ...

ଲଣ୍ଡନରେ ଲୋକଙ୍କ ପାଟିରୁ ଲାଳ ଗଡାଉଛି କୋଲକାତାର ‘ଝାଲମୁଢି’, ଇଂରାଜୀ ବାବୁଙ୍କ ଠେଲାକୁ ନେଇ ହେଉଛି ଚର୍ଚ୍ଚା

ଲଣ୍ଡନ,୨୧।୧୧: ଆମେ ଖାଦ୍ୟ ବିଷୟରେ ଆଲୋଚନା କରିବା ବେଳେ କେହି କେବେ କୋଲକାତାକୁ ଭୁଲି ପାରନ୍ତି ନାହିଁ ବୋଲି କହାଯାଏ। ପଶ୍ଚିମବଙ୍ଗରେ ବିଭିନ୍ନ ପ୍ରକାରର ଖାଦ୍ୟ...

ଭିଣୋଇଙ୍କ ସହ ଥିଲା ଅନୈତିକ ସମ୍ପର୍କ, ବିବାହ ମଣ୍ଡପରେ କନ୍ୟାଙ୍କ ଭିଡିଓ ଚଲାଇଦେଲେ ବର, ତା’ପରେ…

ବିବାହ ମଣ୍ଡପରେ କନ୍ୟାର କାରନାମା ଭିଡିଓ ମାଧ୍ୟମରେ ଦେଖାଯାଏ, ତେବେ କ’ଣ ହେବ? ଚାଇନାର ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ବର...

ଶିଶୁ ହସିଲେ ଦୁନିଆ ହସିବ

ଆଜିର ଶିଶୁ ଭବିଷ୍ୟତର ନାଗରିକ ଓ ସେହି କ୍ରମରେ ଆଜିର ଶିଶୁଟିଏ ହସିଲେ ନିଶ୍ଚୟ ଆସନ୍ତାକାଲି ଦେଶ ହସିବ। ତେଣୁ ଦେଶରେ ଶିଶୁଟିଏ ସୁରକ୍ଷିତ ଭାବରେ...

‘ଶୌଚାଳୟ: ଶାନ୍ତି ପାଇଁ ଏକ ସ୍ଥାନ’

ପ୍ରତିବର୍ଷ ନଭେମ୍ବର ୧୯ ରେ ବିଶ୍ୱସ୍ତରରେ ଶୌଚାଳୟ ଦିବସ ପାଳନ କରାଯାଏ। ଏହା ହେଉଛି ମିଳିତ ଜାତିସଂଘର ଏକ ବୈଶ୍ୱିକ ପଦକ୍ଷେପ, ଯାହା ଜରୁରୀ ପରିମଳ...

Gmail ରେ ଷ୍ଟୋରେଜ ଫୁଲ୍‌ ହୋଇଯାଇଛି କି? ଜାଣି ନିଅନ୍ତୁ ଉପାୟ

ନୂଆଦିଲ୍ଲୀ,୧୯।୧୧: Gmail ଷ୍ଟୋରେଜ ଫୁଲ ହେବା ଏକ ସାଧାରଣ ସମସ୍ୟା । ଆପଣଙ୍କୁ ଜଣାଇଦେଉଛୁ ଯେ, ଗୁଗୁଲ ଦ୍ୱାରା ପ୍ରତ୍ୟେକ ଉପଭୋକ୍ତାଙ୍କୁ କେବଳ ୧୫ GB...

ପୁରୁଷଙ୍କୁ ମଧ୍ୟ ସମ୍ମାନ ଦେବା ଜରୁରୀ

ପ୍ରତିବର୍ଷ ନଭେମ୍ବର ୧୯ରେ ଅନ୍ତର୍ଜାତୀୟ ପୁରୁଷ ଦିବସ ପାଳନ କରାଯାଏ। ୬୦ରୁ ଅଧିକ ଦେଶ ପୁରୁଷ ଦିବସ ପାଳନ କରନ୍ତି। ଏହି ଅବସରରେ ଅନେକ ପ୍ରକାରର...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri