Posted inଖେଳ

ରୋହିତ ଓ କୋହଲିଙ୍କୁ ନେଇ ବଡ଼ ଘୋଷଣା କରିପାରେ ବିସିସିଆଇ, ଇଏ ହେବେ କ୍ୟାପ୍ଟେନ୍‌

ନୂଆଦିଲ୍ଲୀ, ୦୮।୦୭: ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ରୋହିତ ଶର୍ମା, ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି ଏବଂ ପେସ୍‌ ବୋଲର ଜସପ୍ରୀତ୍‌ ବୁମ୍‌ରାଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ଏହି ଖେଳାଳିଙ୍କୁ ଶ୍ରୀଲଙ୍କାରେ ଖେଳାଯିବାକୁ ଥିବା ୱାନ୍‌ଡେ ସିରିଜ୍‌ରୁ ବାଦ୍‌ ଦିଆଯିବାର ସମ୍ଭାବନା ରହିଛି । ଏହି ସ୍ଥିତିରେ ହାର୍ଦ୍ଦିକ ପାଣ୍ଡ୍ୟା କିମ଼୍ବା କେଏଲ୍‌ ରାହୁଲଙ୍କୁ ଅଧିନାୟକ ଭାର ଦିଆଯାଇପାରେ । କୁହାଯାଉଛି ଯେ ଏହି ତିନି ଖେଳାଳି ବିସିସିଆଇକୁ ଛୁଟି ମାଗିଛନ୍ତି ।

ରୋହତ ଶର୍ମା ୬ ମାସ ହେବ ବ୍ରେକ୍‌ ନେଇ ନାହାନ୍ତି । ଡିସେମ଼୍ବର-ଜାନୁଆରାରେ ଖେଳା ଯାଇଥିବା ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ୍‌ ପରେ ସେ ସମସ୍ତ ସିରିଜ୍‌ ଖେଳିଛନ୍ତି । ରୋହିତ ଏବଂ ବିରାଟ ଚମ୍ପିୟନ୍ସ ଟ୍ରଫି ପୂର୍ବରୁ ଇଂଲଣ୍ଡ ବିପକ୍ଷରେ ୫୦ ଓଭର ବିଶିଷ୍ଟ ୩ ମ୍ୟାଚ୍‌ ଖେଳିବେ । ଏହା ସେମାନଙ୍କ ଅଭ୍ୟାସ ପାଇଁ ଯଥେଷ୍ଟ ବୋଲି ବିସିସିଆଇ କହିଛି । ଆଗାମୀ କିଛି ମାସ ମଧ୍ୟରେ ଦୁହେଁ ଟେଷ୍ଟ ମ୍ୟାଚ୍‌କୁ ପ୍ରାଥମିକତା ଦେବେ । ଭାରତ ସେପ୍ଟେମ଼୍ବରରୁ ଜାନୁଆରୀ ୨୦୨୫ ମଧ୍ୟରେ ୧୦ ଟେଷ୍ଟ ମ୍ୟାଚ୍‌ ଖେଳିବ ବୋଲି ଜଣାପଡ଼ିଛି ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋହିତ ଶର୍ମା ଟିମ ଇଣ୍ଡିଆର ଅଧିନାୟକ ରହିବେ କି ନାହିଁ? ଆସିଗଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୫।୩: ନିକଟରେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତ ଚାମ୍ପିୟନ୍ସ ଟ୍ରଫି ୨୦୨୫ ଟାଇଟଲ ଜିତିଛି। ଏହା ପୂର୍ବରୁ ଟିମ ଇଣ୍ଡିଆ ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିଲା। ଏଠାରେ...

‘ଭାରତରେ ପହଞ୍ଚିବା ପୂର୍ବରୁ ହିଁ ମୋତେ ଧମକପୂର୍ଣ୍ଣ ଫୋନ ଆସିବା ଆରମ୍ଭ ହୋଇଗଲା…’ ଆଶ୍ଚର୍ଯ୍ୟଜନକ ଖୁଲାସା କଲେ ବରୁଣ ଚକ୍ରବର୍ତ୍ତୀ

ନୂଆଦିଲ୍ଲୀ,୧୫।୩: ଚାମ୍ପିୟନ୍ସ ଟ୍ରଫିରେ ଭାରତୀୟ କ୍ରିକେଟ ଦଳକୁ ଚାମ୍ପିୟନ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ସ୍ପିନର ବରୁଣ ଚକ୍ରବର୍ତ୍ତୀ ଏକ ବଡ଼ ଖୁଲାସା କରିଛନ୍ତି।...

ରଙ୍ଗରେ ଭିଜିଲେ ବିଦେଶୀ କ୍ରିକେଟର: IPL ତାରକା ଖେଳିଲେ ହୋଲି

ନୂଆଦିଲ୍ଲୀ,୧୪।୪: IPL 2025ର ୧୮ତମ ସିଜିନର ବିଗୁଲ ବାଜିସାରିଛି। ସମସ୍ତ ଦଳର ଖେଳାଳି ନିଜ ନିଜ ଘରୋଇ ପଡ଼ିଆରେ କଠିନ ଅଭ୍ୟାସ କରୁଛନ୍ତି। ହେଲେ ଆଜି...

କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀଙ୍କୁ ଭେଟିଲେ କମଲେଶ

ଭୁବନେଶ୍ୱର,୧୪ା୩: ଅର୍ଜୁନ ପୁରସ୍କାର ବିଜେତା ଓ ଟେବୁଲ ଟେନିସ ଫେଡେରେଶନ ଅଫ ଇଣ୍ଡିଆର ସାଧାରଣ ସମ୍ପାଦକ କମଲେଶ ମେହେତା ଗୁରୁବାର କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସହ...

IPL 2025 ପାଇଁ ୧୦ ଦଳର ଅଧିନାୟକ ଫାଇନାଲ: ନୂଆ କ୍ୟାପଟେନ୍‌ ସହିତ ମଇଦାନକୁ ଓହ୍ଲାଇବେ ୫ ଦଳ

ନୂଆଦିଲ୍ଲୀ,୧୪।୩: ଇଣ୍ଡିଆନ ପ୍ରିମିୟର ଲିଗର ୧୮ତମ ସିଜିନର ବିଗୁଲ ବାଜିସାରିଛି। ଆଗାମୀ ସିଜିନ ପାଇଁ ସମସ୍ତ ଦଳ ପ୍ରସ୍ତୁତ ହୋଇସାରିଛନ୍ତି। ଏହି ସିଜିନ ଅର୍ଥାତ୍‌ IPL...

ଡୋମେନିକାଲିଙ୍କ ପୁଣି ୫ ବର୍ଷ ବଢ଼ିଲା କାର୍ଯ୍ୟକାଳ

ଓ୍ବାଶିଂଟନ,୧୪ା୩: ଷ୍ଟିଫାନୋ ଡୋମେନିକାଲି ଆଉ ୫ବର୍ଷ ପାଇଁ ଅର୍ଥାତ ୨୦୨୯ ପର୍ଯ୍ୟନ୍ତ ଫର୍ମୁଲା ଓ୍ବାନ୍‌ ସଭାପତି ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଭାବେ ରହିବା ଲାଗି ରାଜି...

‘ସବୁ କ୍ରେଡିଟ୍‌ ଭାରତକୁ ଯାଉଛି…’, ମିଚେଲ ଷ୍ଟାର୍କଙ୍କ ପରେ ଗ୍ଲେନ ମ୍ୟାକଗ୍ରା ଟିମ ଇଣ୍ଡିଆକୁ କଲେ ପ୍ରଶଂସା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୪।୩: ନିକଟରେ, ଟିମ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଚାମ୍ପିୟନ୍ସ ଟ୍ରଫି ଟାଇଟଲ ଜିତିଛି। କିନ୍ତୁ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳର ବିଜୟ ଉପରେ...

ରୋହିତଙ୍କ ନେଇ ଆସିଲା ବଡ଼ ଖବର: ଶୁଣିଲେ ଖୁସି ହୋଇଯିବେ ପ୍ରଶଂସକ

ନୂଆଦିଲ୍ଲୀ,୧୪।୩: ନିକଟରେ, ଭାରତୀୟ କ୍ରିକେଟ ଦଳ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଚାମ୍ପିୟନ୍ସ ଟ୍ରଫି ଟାଇଟଲ ଜିତିଥିଲା। ଏହା ପରେ ରୋହିତ ଶର୍ମା ସ୍ପଷ୍ଟ କରିଥିଲେ ଯେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image