ବିବାହ ପରେ ମାତ୍ର ୨୧ ଦିନ ଏକତ୍ର ରହିଥିଲେ ବିରାଟ-ଅନୁଷ୍କା

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଭାରତୀୟ କ୍ରିକେଟ ଅଧିନାୟକ ବିରାଟ କୋହଲି କୌଣସି ନା କୌଣସି ଖବରକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ବିବାହ ପୂର୍ବରୁ ମଧ୍ୟ ଏହି ଯୋଡି ଏକାଠି ସମୟ ବିତାଉଥିବାକୁ ନେଇ ଚର୍ଚ୍ଚାରେ ରହୁଥିଲେ। ଏବେ ପୁଣିଥରେ ଏହି ଯୋଡି ଚର୍ଚ୍ଚାକୁ ଆସିଛନ୍ତି। ଏବେ ଚର୍ଚ୍ଚା ସେମାନଙ୍କ ସମ୍ପର୍କକୁ ନେଇ। ବିରୁଷ୍କା ବିବାହ ପରେ ୬ ମାସ ପର୍ଯ୍ୟନ୍ତ କାମରେ ବ୍ୟସ୍ତ ରହିଥିଲେ। ତେଣୁ ସେମାନେ ମାତ୍ର ୨୧ ଦିନ ଏକାଠି ରହିଥିଲେ। ଏହି ଦିନଗୁଡିକୁ ଅନୁଷ୍କା ଭଲଭାବେ ଗଣି ମନେରଖିଛନ୍ତି। ଏକ ସାକ୍ଷାତକାରେ ନିଜେ ଅନୁଷ୍କା ଏହା କହିଛନ୍ତି। ଆହୁରି ମଧ୍ୟ ସେ କୁହନ୍ତି, ଯେତେବେଳେ ବିରାଟ ତାଙ୍କୁ ଭେଟିବାକୁ ଯାଉଥିଲେ କିମ୍ବା ସେ ବିରାଟଙ୍କୁ ଭେଟିବାକୁ ଯାଉଥିଲେ ସେମାନଙ୍କ ମଧ୍ୟରେ ଜଣେ ବ୍ୟସ୍ତ ରହୁଥିଲେ। ତେଣୁ ବିରୁଷ୍କା କେବଳ ଏକାଠି ଖାଇବାକୁ ସମୟ ପାଉଥିଲେ। ମାତ୍ର ଏହାକୁ ହଲିଡେ ମନାଉଥିବା ଲୋକେ କୁହନ୍ତି ବୋଲି ଅନୁଷ୍କା କହିଛନ୍ତି।

Share