ଦିଲ୍ଲୀରେ ବିରାଟ-ଅନୁଷ୍କା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ କ୍ରିକେଟର ବିରାଟ କୋହଲି ପ୍ରଶଂସକମାନଙ୍କ ସହ ଯୋଡ଼ି ହୋଇ ରହିବା ପାଇଁ ନିଜର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ପ୍ରାୟତଃ ଶେୟାର କରିଥାନ୍ତି।

ଗତ ମାସରେ ଏହି କପଲ ବେଙ୍ଗାଲୁରୁରେ ଦକ୍ଷିଣ ଭାରତୀୟ ଖାଦ୍ୟ ଉପଭୋଗ କରିଥିଲେ। ସେଠାରେ ଥିବା ରେଷ୍ଟୁରାଣ୍ଟରୁ ଉଭୟଙ୍କ ଫଟୋ ସାମ୍ନାକୁ ଆସିଥିବା ବେଳେ ଏବେ ଦିଲ୍ଲୀରୁ କିଛି ଫଟୋ ଭାଇରାଲ ହେଉଛି।

ଆଇପିଏଲ ମ୍ୟାଚ୍‌ ପରେ କୋହଲି ଦିଲ୍ଲୀରେ ପହଞ୍ଚିଥିଲେ।
ବେଙ୍ଗାଲୁରୁରେ ପରିବାର ସହିତ କିଛି ସମୟ ବିତାଇବା ପରେ କୋହଲି ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଏକ ଆଇପିଏଲ ମ୍ୟାଚ୍‌ ଖେଳିଥିଲେ। ଏଠାରେ ମ୍ୟାଚ୍‌ ପରେ କୋହଲି ଅନୁଷ୍କା ଶର୍ମାଙ୍କ ସହ ଦିଲ୍ଲୀ ଯାଇଥିଲେ।

ଏହି ସହରରେ ପାଦ ଦେବା ପରେ କୋହଲି ସ୍ତ୍ରୀଙ୍କ ସହ ପ୍ରଥମ ସେଲ୍‌ଫି ଶେୟାର କରିଥିଲେ, ଯେଉଁଥିରେ ଅନୁଷ୍କାଙ୍କୁ ଏକ କଳା ରଙ୍ଗର ଡ୍ରେସ୍‌ରେ ଦେଖିବାକୁ ମିଳିଥିଲା। ଏହି ସମୟରେ କୋହଲି ଏକ ଧୂସର ରଙ୍ଗର ଟି-ଶର୍ଟ ଏବଂ ପ୍ୟାଣ୍ଟରେ ନଜର ଆସିଥିଲେ। ଫଟୋ ଶେୟାର କରି କୋହଲି କ୍ୟାପ୍‌ଶନ ଲେଖିଛନ୍ତି, ‘ଦିଲ୍ଲୀରେ ଏବଂ ହାର୍ଟ ଇମୋଜି ଦେଇଛନ୍ତି’। ଏହାର କିଛି ସମୟ ପୂର୍ବରୁ ମନ୍ଦିରରେ ଠାକୁରଙ୍କୁ ଦର୍ଶନ କରୁଥିବାର ଫଟୋ ମଧ୍ୟ ଭାଇରାଲ ହୋଇଥିଲା।

ଜଣେ ୟୁଜର ଲେଖିଛନ୍ତି, ‘କୋହଲି ଭାଇ ନବୀନଙ୍କୁ ଘରୁ ଉଠାଅ। ଅନ୍ୟ ଜଣେ ଲେଖିଛନ୍ତି,‘ ଆପଣଙ୍କୁ ୧ କୋଟି ଜରିମାନା କରାଯାଇଛି, ଆପଣ ଏହାର କ୍ଷତିପୂରଣ ଦେଲେଣି ନା ନାହିଁ।

Share