Categories: ଖେଳ

ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ପାଇଁ ଚେନ୍ନାଇ ପହଞ୍ଚିଲେ ବିରାଟ, ସୁରକ୍ଷାକୁ ଦେଖିଲେ…, ଦେଖନ୍ତୁ ଭିଡିଓ

ଚେନ୍ନାଇ,୧୩।୯: ଭାରତୀୟ କ୍ରିକେଟ ଦଳର ଭେଟେରାନ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଶ୍ରୀଲଙ୍କା ବିପକ୍ଷ ଏକ ଦିବସୀୟ ସିରିଜ ପରେ ଲଣ୍ଡନ ଯାଇଥିଲେ, କିନ୍ତୁ ସେ ୧୯ତାରିଖରୁ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତ ଫେରିଛନ୍ତି ଏବଂ ଚେନ୍ନାଇରେ ଦଳରେ ଯୋଗ ଦେଇଛନ୍ତି। ସୂଚନାଯୋଗ୍ୟ, ପ୍ରଥମ ଟେଷ୍ଟର ଏକ ସପ୍ତାହ ପୂର୍ବରୁ ଚେନ୍ନାଇରେ ଟିମ ଇଣ୍ଡିଆର ତାଲିମ ଶିବିର ଆୟୋଜିତ ହୋଇଛି।
ଯେତେବେଳେ ବିରାଟ କୋହଲି ଚେନ୍ନାଇ ବିମାନବନ୍ଦରରୁ ହୋଟେଲକୁ ଯାଉଥିଲେ, ସେତେବେଳେ ତାଙ୍କର ସୁରକ୍ଷା ଦେଖିବା ଭଳି ଥିଲା। ବିରାଟଙ୍କ ସୁରକ୍ଷା ଅତ୍ୟନ୍ତ କଡାକଡି ଥିଲା। ସିଏସଏଫ ଯବାନଙ୍କ ବ୍ୟତୀତ ସ୍ଥାନୀୟ ବରିଷ୍ଠ ପୋଲିସ କର୍ମଚାରୀ ମଧ୍ୟ ତାଙ୍କ ସୁରକ୍ଷାରେ ଥିଲେ ଏବଂ ତାଙ୍କୁ ସୁରକ୍ଷା ବାହିନୀର ତତ୍ତ୍ୱାବଧାନରେ ଟିମ ସହ ହୋଟେଲକୁ ନିଆଯାଇଥିଲା। ବିରାଟଙ୍କ ସୁରକ୍ଷା ଏକ ବଡ କେନ୍ଦ୍ର ମନ୍ତ୍ରୀଙ୍କ ଭଳି ଥିଲା।

Share