Categories: ଖେଳ

୮ ବର୍ଷ ପରେ ବୋଲିଂ କଲେ ବିରାଟ: ବିଶ୍ୱକପ୍‌ରେ ଏହାଥିଲା ଚତୁର୍ଥ ଓଭର

ପୁଣେ,୨୦ା୧୦: ପୁଣେରେ ଖେଳା ଯାଇଥିବା ବାଂଲାଦେଶ ବିପକ୍ଷ ମ୍ୟାଚରେ ବୋଲିଂ କରୁଥିବା ସମୟରେ ଭାରତୀୟ ଦଳର ଷ୍ଟାର ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇ ପଡ଼ିଆ ଛାଡିବାକୁ ପଡ଼ିଥିଲା।

ମ୍ୟାଚ୍‌ର ନବମ ଓଭର ବୋଲିଂ କରିବାକୁ ଆସିଥିବା ପାଣ୍ଡ୍ୟା ବୋଲିଂ ଫଲୋ ଥ୍ରୁରେ ବଲ୍‌ ରୋକିବାକୁ ପ୍ରୟାସ କରିଥିବା ବେଳେ ତାଙ୍କ ଗୋଇଠି ମୋଡି ହୋଇଯାଇଥିଲା। ଓଭରର ତୃତୀୟ ବଲରେ ଲିଟନ୍‌ ଦାସ ଏକ ଷ୍ଟ୍ରେଟ୍‌ ଡ୍ରାଇଭ୍‌ ମାରିଥିବା ବେଳେ ଏହାକୁ ଅଟକାଇବାକୁ ଚେଷ୍ଟା କରିଥିଲେ ପାଣ୍ଡ୍ୟା। ବଲ୍‌ ରୋକିପାରି ନ ଥିବା ବେଳେ ଗୋଡ ଘୋଷାଡି ହୋଇ ଯାଇଥିଲା। ପାଣ୍ଡ୍ୟା ଛିଡା ହେବାକୁ ଅସମର୍ଥ ଥିବାବେଳେ ବିରାଟ କୋହଲି ଆଉ ୩ଟି ବଲ୍‌ ପକାଇ ଓଭର ସମାପ୍ତ କରିଥିଲେ। ସୂର୍ଯ୍ୟକୁମାର ଯାଦବ ସବ୍‌ଷ୍ଟିଚ୍ୟୁଟ୍‌ ଫିଲ୍ଡର ଭାବରେ ପଡିଆକୁ ଆସିଥିଲେ।

ବିଶ୍ୱକପରେ କୋହଲିଙ୍କ ଏହା ଚତୁର୍ଥ ଓଭର। ପୂର୍ବରୁ ୨୦୧୧ କ୍ରିକେଟ ବିଶ୍ୱକପର କ୍ୱାର୍ଟର ଫାଇନାଲ ଓ ଫାଇନାଲରେ ସେ ଗୋଟିଏ ଲେଖାଏ ଓଭର ବୋଲିଂ କରିଥିଲେ। ଏହା ବ୍ୟତୀତ ୨୦୧୫ ଅଷ୍ଟ୍ରେଲିଆ ବିପକ୍ଷ ସେମି ଫାଇନାଲରେ ମଧ୍ୟ ଗୋଟିଏ ଓଭର ବୋଲିଂ କରିଥିଲେ। ବେଙ୍ଗାଲୁରୁର ଏମ୍‌. ଚିନ୍ନାସ୍ବାମୀ ଅଲରାଉଣ୍ଡର୍‌ ହାର୍ଦିକ ପାଣ୍ଡ୍ୟା ଆହତ ହେବା ପରେ ଦର୍ଶକଙ୍କୁ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା। ଏକଦିବସୀୟ କ୍ରିକେଟ ବିଶ୍ବକପରେ ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ବିରାଟ ବୋଲିଂ କରିଥିଲେ। ଏହା ଦେଖି ଦର୍ଶକ କୋହଲିଙ୍କୁ ଉତ୍ସାହିତ କରିଥିଲେ। ନିଜ ତିନିଟି ବଲ୍‌ରେ ମାତ୍ର ୨ ରନ୍‌ ବ୍ୟୟ କରି କୋହଲି ପ୍ରଶଂସକଙ୍କ ଆଶା ପୂରଣ କରିଥିଲେ। ଶେଷ ଥର ପାଇଁ ସେ ୨୦୧୭, ଅଗଷ୍ଟ ୩୧ରେ ଶ୍ରୀଲଙ୍କା ବିପକ୍ଷରେ ୨ ଓଭର ବୋଲିଂ କରି ୧୨ ରନ୍‌ ଦେଇଥିଲେ। ବିଶ୍ବକପ୍‌ରେ ଶେଷ ଥର ଲାଗି ୨୦୧୫ରେ ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲ୍‌ ମ୍ୟାଚ୍‌ରେ ଗୋଟିଏ ଓଭର ବୋଲିଂ କରି ୭ ରନ୍‌ ଦେଇଥିଲେ।

Share