Categories: ଖେଳ

ଖେଳ ପଡ଼ିଆରୁ ଅନୁଷ୍କାଙ୍କୁ ଫ୍ଲାଇଙ୍ଗ୍‌ କିସ୍‌ ଦେଲେ ବିରାଟ, ଭିଡ଼ିଓ ଭାଇରାଲ…

ବେଙ୍ଗାଲୁରୁ,୨୪।୪ : ବିରାଟ କୋହଲି ଲାଇଭ୍‌ ମ୍ୟାଚରେ ଅନୁଷ୍କା ଶର୍ମାଙ୍କୁ ଖେଳ ପଡ଼ିଆରୁ ଫ୍ଲାଇଙ୍ଗ୍‌ କିସ ଦେଇଛନ୍ତି। ଏବେ ଏହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଆଇପିଏଲ ୨୦୨୩ରେ,୨୩ ଏପ୍ରିଲ ରବିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳା ଖେଳାଯାଇଥିଲା। ଏହି ମ୍ୟାଚରେ ବେଙ୍ଗାଲୁରୁ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ଆରସିବି ରାଜସ୍ଥାନ ରୟାଲ୍ସକୁ ୭ରନରେ ପରାସ୍ତ କରିଛି।

ଏହି ମ୍ୟାଚରେ ବିରାଟ କୋହଲିଙ୍କୁ ପୁଣି ଥରେ ଅଧିନାୟକ ଭାବେ ଦେଖିବାକୁ ମିଳିଥିଲା। କ୍ରମାଗତ ଦ୍ୱିତୀୟ ମ୍ୟାଚ ପାଇଁ ବିରାଟ କୋହଲି ଅଧିନାୟକ ହୋଇଥିଲେ। ଏହି ମ୍ୟାଚ ଦେଖିବା ପାଇଁ ବିରାଟ କୋହଲିଙ୍କ ସ୍ତ୍ରୀ ଏବଂ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ମଧ୍ୟ ଉପସ୍ଥିତ ଥିଲେ। ମ୍ୟାଚ ସମୟରେ ବିରାଟ କୋହଲି କ୍ୟାଚ ଧରିବା ପରେ ଷ୍ଟାଣ୍ଡରେ ଠିଆ ହୋଇଥିବା ଅନୁଷ୍କା ଶର୍ମାଙ୍କୁ ଫ୍ଲାଇଙ୍ଗ କିସ୍‌ ଦେଇଥିଲେ।

ମ୍ୟାଚର ଦ୍ୱିତୀୟ ଇନିଂସରେ ରାଜସ୍ଥାନ ରୟାଲ୍ସ ୧୯୦ ରନର ପିଛା କରିଥିଲା ଗୋଡ଼ାଉଥିଲା। ଯଶସ୍ବୀ ଜୈସୱାଲ ବ୍ୟାଟିଂ କରୁଥିଲେ। ସେ ଏକ ଏକ ଶଟ ଖେଳିଥିଲେ। ବଲଟି ସିଧା ବିରାଟ କୋହଲିଙ୍କ ହାତରେ ପହଞ୍ଚିଥିଲା। ଯଶସ୍ବୀଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାଚ ନେବା ପରେ ବିରାଟ କୋହଲି ଦର୍ଶକ ଗ୍ୟାରେଲିରେ ଛିଡ଼ାହୋଇଥିବା ଅନୁଷ୍କା ଶର୍ମାଙ୍କ ଆଡକୁ ଏକ ଫ୍ଲାଇଙ୍ଗ କିସ୍‌ ଦେଇଥିଲେ।

ଏହି ମ୍ୟାଚରେ ବିରାଟ କୋହଲି ଦୁଇ ଜଣ ବ୍ୟାଟ୍ସମ୍ୟାନଙ୍କୁ କ୍ୟାଚ ଆଉଟ କରିଥିଲେ। ଜଶସ୍ବୀଙ୍କ ସହିତ ବିରାଟ କୋହଲି ଦେବଦତ୍ତ ପାଦିକଲଙ୍କ କ୍ୟାଚ ନେଇଥିଲେ। ଏହା ସହ ବିରାଟ କୋହଲି ଆଇପିଏଲରେ ୧୦୦ ରୁ ଅଧିକ କ୍ୟାଚ ନେଇ ଆରସିବି ଇତିହାସରେ ପ୍ରଥମ ଖେଳାଳି ହୋଇଥିଲେ।

 

Share