Categories: ଖେଳ

୨୦୨୩ରେ ସବୁଠାରୁ ଲୋକପ୍ରିୟ ଖେଳାଳିଙ୍କ ତାଲିକାରେ ରହିଛି କୋହଲିଙ୍କ ନାଁ, ଜାଣନ୍ତୁ କେତେ ନମ୍ବରରେ ଅଛନ୍ତି ରୋନାଲ୍ଡୋ

ନୂଆଦିଲ୍ଲୀ,୩୦।୧୦: ୨୦୨୩ ବର୍ଷ ଭାରତୀୟ କ୍ରିକେଟ ଦଳର ଖେଳାଳି ବିରାଟ କୋହଲିଙ୍କ ପାଇଁ ବହୁତ ଭଲ ରହିଛି। ଚଳିତ ବର୍ଷ ଟିମ ଇଣ୍ଡିଆ ପାଇଁ ସର୍ବାଧିକ ରନ ସ୍କୋର କରିବାରେ ସେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। କୋହଲି ବିଶ୍ୱକପ୍‌ ୨୦୨୩ରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ । ତେବେ ୨୦୨୩ ବର୍ଷର ବିଶ୍ୱର ଶ୍ରେଷ୍ଠ ୫ ଜଣ ଖେଳାଳି ତାଲିକାରେ କୋହଲି ସାମିଲ ହୋଇଛନ୍ତି। ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି କି କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଲିଓନେଲ ମେସି ମଧ୍ୟ ଏହି ତାଲିକାରେ ଅଛନ୍ତି।

ବାସ୍ତବରେ ହାପର୍‌ ଏଚ୍‌କ୍ୟୁ ଏକ ତାଲିକା ପ୍ରକାଶ କରିଛି। ଏଥିରେ ଚଳିତ ବର୍ଷ ଦୁନିଆର ଶ୍ରେଷ୍ଠ ୫ ଲୋକପ୍ରିୟ ଖେଳାଳିଙ୍କ ନାମ ରହିଛି । ଏହି ତାଲିକାରେ ପର୍ତ୍ତୁଗାଲର କିମ୍ବଦନ୍ତୀ ଫୁଟବଲର୍‌ କ୍ରିଷ୍ଟିଆନୋ ରୋନାଲ୍ଡୋ ଶୀର୍ଷରେ ଅଛନ୍ତି। ଚଳିତ ବର୍ଷ ରୋନାଲ୍ଡୋ ସବୁଠାରୁ ଲୋକପ୍ରିୟ ଖେଳାଳି। ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲର୍‌ ଲିଓନେଲ ମେସି ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ରୋନାଲ୍ଡୋ ଏବଂ ମେସିଙ୍କ ପ୍ରଦର୍ଶନ ଶକ୍ତିଶାଳୀ ହୋଇଛି। ଏହି ତାଲିକାରେ ବିରାଟ କୋହଲିଙ୍କ ନାମ ତୃତୀୟ ସ୍ଥାନରେ ରହିଛି। ଶ୍ରେଷ୍ଠ ୫ରେ କୋହଲି ଏକମାତ୍ର କ୍ରିକେଟର।

ଯଦି ଆମେ ବିଶ୍ୱକପ୍‌ ୨୦୨୩କୁ ଦେଖିବା, କୋହଲି ସର୍ବାଧିକ ରନ ସ୍କୋର କରିବାରେ ଶୀର୍ଷରେ ଅଛନ୍ତି। ୧୧ଟି ମ୍ୟାଚରେ କୋହଲି ୭୬୫ ରନ୍‌ ସଂଗ୍ରହ କରିଥିଲେ। ଏହି ସମୟରେ ସେ ୩ ଶତକ ଏବଂ ୬ ଅର୍ଦ୍ଧଶତକ ହାସଲ କରିଥିଲେ। ସେହିପରି ରୋହିତ ଶର୍ମା ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ରୋହିତ ୧୧ ଟି ମ୍ୟାଚରେ ୫୯୭ରନ ସଂଗ୍ରହ କରିଥିଲେ। ଏହିସମୟରେ ରୋହିତ ଗୋଟିଏ ଶତକ ଏବଂ ତିନି ଅର୍ଦ୍ଧଶତକ ହାସଲ କରିଥିଲେ।

Share