ଦୁବାଇ,୬।୧୧: ଆଇସିସି ଟି-୨୦ ବିଶ୍ୱକପ୍ ୨୦୨୧ରେ ଶୁକ୍ରବାର ଭାରତ-ସ୍କଟଲ୍ୟାଣ୍ଡ ମଧ୍ୟରେ ମୁକାବିଲା ଥିଲା। ଏଥିରେ ଭାରତ ବଡ଼ ବ୍ୟବଧାନରେ ବିଜେତା ହୋଇଥିଲା। ମ୍ୟାଚ୍ ପରେ ଅଧିନାୟକ ବିରାଟ କୋହଲିଙ୍କ ବ୍ୟବହାର ସମସ୍ତଙ୍କ ମନ ଜିଣିଛି। କାରଣ କୋହଲି ଖେଳ ଭାବନାକୁ ପ୍ରକାଶ କରିବାକୁ ଯାଇ ଟିମ୍ର ଖେଳାଳିଙ୍କ ସହ ବିରୋଧୀ ଖେଳାଳିଙ୍କ ଡ୍ରେସିଂ ରୁମ୍କୁ ଯାଇଥିଲେ। ସେଠାକୁ ଯାଇ ସେ ଖେଳାଳିମାନଙ୍କ ସହ କଥା ହେବା ସହ ସେମାନଙ୍କ ମନୋବଳ ବଢ଼ାଇଥିଲେ।
ସ୍କଟଲାଣ୍ଡ ଅଧିନାୟକ କାଇଲ୍ କୋଏଟର୍ ପ୍ରଥମରୁ କୋହଲିଙ୍କୁ ଭେଟିବାକୁ ଉତ୍ସାହିତ ଥିଲେ। ଟସ୍ ସମୟରେ କୋହଲିଙ୍କ ପାଖରେ ଛିଡ଼ା ହେବା ହିଁ ବହୁତ। ଏହା ଗୌରବଶାଳୀ ମୂହୁର୍ତ୍ତ ହୋଇଥିବ ବୋଲି ମଧ୍ୟ କହିଥିଲେ। ପରେ କୋହଲି ନିଜେ ସ୍କଟଲ୍ୟାଣ୍ଡ ଖେଳାଳିଙ୍କୁ ଭେଟିବାକୁ ଯାଇ ସେମାନଙ୍କ ଇଚ୍ଛା ପୂରଣ କରିଥିଲେ। କ୍ରିକେଟ ସ୍କଟଲ୍ୟାଣ୍ଡ ପକ୍ଷରୁ ଏହି ମୂହୁର୍ତ୍ତର କିଛି ଫଟୋ ଶେୟାର କରିଥିଲା। ଫଟୋଗୁଡ଼ିକ ଏବେ ବେଶ ଭାଇରାଲ ହେଉଛି।