ବୃନ୍ଦାବନ ଗଲେ ବିରୁଷ୍କା

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ତାଙ୍କ କ୍ରିକେଟର ସ୍ବାମୀ ବିରାଟ କୋହଲି ନୂଆବର୍ଷ ପାଳନ କରି ୟୁଏଇରୁ ସିଧା ବୃନ୍ଦାବନ ଗସ୍ତରେ ଯାଇଛନ୍ତି। ସେଠାରେ ଏହି ଦମ୍ପତି ନିମ କରୋଲି ଆଶ୍ରମ ପହଞ୍ଚି ବାବାଙ୍କ ଆଶୀର୍ବାଦ ନେଇଛନ୍ତି।
ବାବା ନିମ କରୋଲିଙ୍କ ଉପରେ ଅନୁଷ୍କା ଏବଂ ବିରାଟ ବାବାଙ୍କର ବହୁତ ବିଶ୍ୱାସ ଅଛି। ନଭେମ୍ବର ୨୦୨୨ରେ ମଧ୍ୟ ଉଭୟ ଉତ୍ତରାଖଣ୍ଡର ବାବା ନିମ କରୋଲି ଆଶ୍ରମ ପରିଦର୍ଶନ କରିଥିଲେ।
ଅନୁଷ୍କା ଏବଂ ବିରାଟ ଆଶ୍ରମରେ ପ୍ରାର୍ଥନା କରୁଥିବା କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଫଟୋଗୁଡ଼ିକରେ ବିରାଟ ଅଲିଭ ଜ୍ୟାକେଟ ଏବଂ କଳା ଟି-ଶର୍ଟ ପିନ୍ଧିଥିବାର ନଜର ଆସିଛନ୍ତି। ଏହି ଆଶ୍ରମରେ ବିରୁଷ୍କା ଏକ ଘଣ୍ଟା ଧ୍ୟାନ କରିଥିଲେ। ଆଶ୍ରମରେ କମ୍ବଳ ଏବଂ ପୋଷାକ ମଧ୍ୟ ବଣ୍ଟନ କରିଥିଲେ।
ଅନୁଷ୍କା ଖୁବ ଶୀଘ୍ର ‘ଚକଦା ଏକ୍ସପ୍ରେସ’ରେ ନଜର ଆସିବେ। ଏହି ଫିଲ୍ମ ଭାରତୀୟ ମହିଳା କ୍ରିକେଟର ଝୁଲନ ଗୋସ୍ବାମୀଙ୍କ ଜୀବନୀ ଉପରେ ଆଧାରିତ। ଫିଲ୍ମର ଶୁଟିଂ ନିକଟରେ ଶେଷ ହୋଇଛି।