ବିରାଟ କୋହଲିଙ୍କ ଏହି କଥାରେ ରାଗିଲେ ପ୍ରଶଂସକ, ସ୍ତ୍ରୀ ଅନୁଷ୍କାଙ୍କୁ ମଧ୍ୟ ଛାଡିଲେନି

ଆଇପିଏଲ୍‌ ଖେଳରୁ ମୁକ୍ତ ହେବା ପରେ କ୍ରିକେଟର ବିରାଟ କୋହଲି ଦୀପାବଳି ଅବସାରେ ବାଣ ନ ଫୁଟାଇବା ପାଇଁ ନିଜ ପ୍ରଶଂସକଙ୍କୁ ବାର୍ତ୍ତା ଦେଇଥିଲେ। ମାତ୍ର ସୋସିଆଲ ୟୁଜର୍ସମାନଙ୍କୁ ଏହା ଆଦୌ ହେଲେ ପସନ୍ଦ ଆସି ନ ଥିଲା। ତେଣୁ ସେମାନେ ବିରାଟଙ୍କ ସହ ତାଙ୍କ ଗର୍ଭବତୀ ସ୍ତ୍ରୀ ଅନୁଷ୍କାଙ୍କୁ ମଧ୍ୟ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି। ଜଣେ ୟୁଜର କମେଣ୍ଟକରି ଲେଖିଛନ୍ତି, ବିରାଟ ୧୦ ଦିନ ପୂର୍ବେ ବାଣ ଫୁଟାଇ ନିଜ ଜନ୍ମଦିନ ପାଳନ କରୁଥିଲେ। ଏବେ ଦୀପାବଳି ଆସିବାରୁ ବାଣ ପ୍ରଦୂଷଣ କରୁଛି। ବକରୀଦ, ନୂଆବର୍ଷ, କ୍ରିଷ୍ଟମାସରେ ଏହିପରି ଖରାପ ଭିଡିଓ କାହିଁକି କରୁ ନାହାନ୍ତି ବୋଲି ଲେଖିଛନ୍ତି। ସେହିପରି ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ବିରାଟ ଏବଂ ଅନୁଷ୍କାଙ୍କ ପାଖରେ ପ୍ରାଇଭେଟ୍‌ ଜେଟ୍‌ ରହିଛି। ସେମାନେ ୩ ଘଣ୍ଟାରେ ଯେତିକି କାର୍ବନ ଡାଇଅକ୍ସାଇଡ୍‌ ତ୍ୟାଗ କରିଥାନ୍ତି ଜଣେ ବ୍ୟକ୍ତି ବର୍ଷସାରା ମଧ୍ୟ ସେତିକି କରି ନ ଥାନ୍ତି। ଆହୁରିମଧ୍ୟ କେତେକ କହିଛନ୍ତି, ଆମକୁ ବାଣି ନଫୁଟାଇବାର ଶିକ୍ଷା ଦିଅନ୍ତୁ ନାହିଁ।