Categories: ଖେଳ

ସମାନ ଶର୍ଟକୁ ଏକା ଭଳି ଚୁଟି…କୋହଲି-ବାବର ଲାଗୁଛନ୍ତି ଯାଆଁଳା ଭାଇ

ନୂଆଦିଲ୍ଲୀ,୧।୧୦: ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ସହ ପାକିସ୍ତାନ ଅଧିନାୟକ ବାବର ଆଜମଙ୍କ ତୁଳନା କରାଯାଇଥାଏ। କେତେବେଳେ ରେକର୍ଡକୁ ନେଇ ତ କେବେ ଖେଳ ଏବଂ ବ୍ୟାଟିଂଶୈଳୀକୁ ନେଇ ଚର୍ଚ୍ଚା ହୋଇଥାଏ। ହେଲେ ଏବେ କିଛି ଭିନ୍ନ କାରଣକୁ ନେଇ ଉଭୟ ଖେଳାଳି ଖବର ଶିରୋନାମା ପାଲଟିଛି।

କୋହଲି ଏବଂ ବାବରଙ୍କ ପିଲାଦିନର ଫଟୋ ଭାଇରାଲ ହେଉଛି। ଏଥିରେ ଉଭୟ ଖେଳାଳି ପୋଷାକ ଏବଂ ହେୟାରଷ୍ଟାଇଲ୍‌କୁ ନେଇ ଯାଆଁଳା ଭଳି ନଜର ଆସୁଛନ୍ତି। ଫେସକଟ୍‌ ଅଲଗା ହେଲେ ହେଁ ଫ୍ୟାଶନ ମାମଲାରେ ଉଭୟ ଏକଭଳି କହିପାରିବେ।

ତେବେ ୩୩ ବର୍ଷୀୟ କୋହଲି ୨୦୦୮ରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ। ବର୍ତ୍ତମାନ ସେ ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ଜଣେ। ଏଯାବତ ସେ ଅନ୍ତର୍ଜାତୀୟ କ୍ରିକେଟରେ ୭୧ ଶତକ ମାରିଛନ୍ତି। ସେହିଭଳି ୨୭ ବର୍ଷୀୟ ବାବର ୨୦୧୫ରେ ଡେବ୍ୟୁ କରିଥିଲେ। ଏବେ ସେ ବିଶ୍ୱ କ୍ରିକେଟରେ ଦୁନିଆର ଶ୍ରେଷ୍ଠ ୧୦ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ପରିଗଣିତ ହେୁଛନ୍ତି।

Share