Categories: ଖେଳ

ଟେଷ୍ଟ ଅଧିନାୟକ ପଦ ଛାଡ଼ିବା ନେଇ ଘୋଷଣା

ନୂଆଦିଲ୍ଲୀ,୧୫।୧: ଟି-୨୦, ଦିନିକିଆ ପରେ ଏବେ ଟେଷ୍ଟ ଅଧିନାୟକ ପଦ ଛାଡ଼ିଛନ୍ତି ବିରାଟ କୋହଲି। ଏନେଇ ସେ ଶନିବାର ଟୁଇଟ୍‌ କରି ସୂଚନା ଦେଇଛନ୍ତି। ନିଜ ଟୁଇଟ୍‌ରେ ସେ ଦୀର୍ଘ ୭ ବର୍ଷ ଧରି ଦଳର ସଫଳତା ଲାଗି କାର୍ଯ୍ୟ କରିଥିବା ନେଇ ଉଲ୍ଲେଖ କରିଛନ୍ତି।

ଦୀର୍ଘ ପଥ ଯାତ୍ରାରେ ଉତ୍ଥାନ,ପତନ ଦେଇ ଗତି କରିଛି। କେବେ ବି ଉଦ୍ୟମ ଓ ବିଶ୍ୱାସରେ ଅବହେଳା କରିନାହିଁ। ଅଧିନାୟକ ଭାବେ ୧୨୦% ଦେବାକୁ ଉଦ୍ୟମ କରିଛି। କେବେ ବି ଟିମ୍‌ର ସମ୍ମାନହାନୀ ହେବା ଭଳି କାମ କରିନାହିଁ ବୋଲି କୋହଲି ଲେଖିଛନ୍ତି। ଏହାଛଡ଼ା ସେ ସମର୍ଥନ ଲାଗି ବିସିସିଆଇ ଏବଂ ଦଳର ଖେଳାଳି, ପୂର୍ବତନ କୋଚ୍‌ ରବି ଶାସ୍ତ୍ରୀ, ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Share