ନୂଆଦିଲ୍ଲୀ,୪।୨: ଅନ୍ତଃରାଷ୍ଟ୍ରୀୟ କ୍ରିକେଟରୁ ମହେନ୍ଦ୍ର ସିଂହ ଧୋନୀ ସନ୍ୟାସ ନେବା ପରେ ଭାରତୀୟ କ୍ରିକେଟ ଟିମ୍ର ଉଇକେଟକିପର କିଏ ହେବ ସେ ନେଇ ଚର୍ଚ୍ଚା ଜାରି ରହିଛି। ପ୍ରାରମ୍ଭିକ ସମୟରେ ରିଦ୍ଧିମାନ ଶାହାଙ୍କ ଅନୁଭବକୁ ନେଇ ତାଙ୍କୁ ପ୍ରାଥମିକତା ଦିଆଯାଇଥିଲା। ହେଲେ ସେ ଆହତ ହେବା ପରେ ଏବଂ ବିଦେଶୀ ମଇଦାନରେ ରିଷଭ ପନ୍ତଙ୍କ ଦମଦାର ପ୍ରଦର୍ଶନକୁ ନେଇ ସ୍ଥିତି ବଦଳିଛି। ନିକଟରେ ଅଷ୍ଟ୍ରେଲିଆ ବିପକ୍ଷରେ ପନ୍ତଙ୍କ ଖେଳକୁ ନେଇ ଦଳ ପକ୍ଷରୁ ତାଙ୍କୁ ଉପହାରସ୍ବରୂପ ଉଇକେଟକିପର ଭାବେ ସୁଯୋଗ ମିଳିଛି। ଆସନ୍ତା ଇଂଲଣ୍ଡ ବିପକ୍ଷ ସିରିଜରେ ତାଙ୍କୁ ଉଇକେଟ ପଛରେ ଦେଖିବାକୁ ମିଳିବ। କୋହଲି ଗୁରୁବାର କହିଛନ୍ତି, ପ୍ରଥମ ଟେଷ୍ଟରେ ଶାହାଙ୍କ ସ୍ଥାନରେ ପନ୍ତଙ୍କୁ ସୁଯୋଗ ଦିଆଯିବ। କାରଣ ସେ ଭଲ ଖେଳୁଛନ୍ତି।