Categories: ଖେଳ

ମହାକାଳଙ୍କ ଦର୍ଶନ ପରେ ଏବେ ଲଣ୍ଡନରେ କୀର୍ତ୍ତନ ଶୁଣିବାକୁ ପହଞ୍ଚିଲେ ବିରୁଷ୍କା

ଲଣ୍ଡନ,୧୭।୬: ଭାରତୀୟ କ୍ରିକେଟ ଦଳର ଖେଳାଳି ବିରାଟ କୋହଲି ଆଜିକାଲି ଛୁଟିରେ ଅଛନ୍ତି। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପରେ ଭାରତୀୟ ଖେଳାଳିମାନେ ଛୁଟି ପାଳନ କରୁଛନ୍ତି । ଟିମ ଇଣ୍ଡିଆ୧୨ ଜୁଲାଇରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଟେଷ୍ଟ ସିରିଜ ଖେଳିବ। ଏହା ପୂର୍ବରୁ ଖେଳାଳିମାନଙ୍କୁ ବିଶ୍ରାମ ଦିଆଯାଇଛି। କୋହଲି ଏବଂ ତାଙ୍କ ସ୍ତ୍ରୀ ଅନୁଷ୍କା ଶର୍ମା ଆଜିକାଲି ଲଣ୍ଡନରେ ଅଛନ୍ତି। ନିକଟରେ କୋହଲି ଏବଂ ଅନୁଷ୍କା କୀର୍ତ୍ତନ ଶୁଣିବାକୁ ଆସିଥିଲେ। ଯାହାର ଅନେକ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଶେୟାର କରାଯାଇଛି।

ବିରାଟ ଏବଂ ଅନୁଷ୍କା ଲଣ୍ଡନରେ କୃଷ୍ଣ ଦାସଙ୍କ କୀର୍ତ୍ତନରେ ସାମିଲ ହୋଇଥିଲେ। କୃଷ୍ଣ ଦାସ ଜଣେ ଆମେରିକୀୟ କଣ୍ଠଶିଳ୍ପୀ। ସେ ଭକ୍ତି ଗୀତ ପାଇଁ ଜଣାଶୁଣା। ବିରାଟ ଏବଂ ଅନୁଷ୍କା ଅନେକ ଧାର୍ମିକ ସ୍ଥାନ ପରିଦର୍ଶନ କରିସାରିଛନ୍ତି। କୋହଲି ଏବଂ ଅନୁଷ୍କା ମଧ୍ୟପ୍ରଦେଶର ଉଜୈନରେ ମହାକାଳ ପରିଦର୍ଶନ କରିଥିଲେ। ଦୁହେଁ ମଧ୍ୟ ବୃନ୍ଦାବନକୁ ଯାଇସାରିଛନ୍ତି। କୀର୍ତ୍ତନ ସମୟରେ ସୋସିଆଲ ମିଡିଆରେ ଅନେକ ଫଟୋ ଶେୟାର କରାଯାଇଛି। ଫଟୋ ଏବଂ ଭିଡିଓ ଉପରେ ପ୍ରଶଂସକମାନେ ବିଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି ।

Share